HT
ୱାଶିଂଟନ୍: ରୁଷ-ୟୁକ୍ରେନ୍ ଯୁଦ୍ଧକୁ ଏହା ଭିତରେ ୨୦ ଦିନ ହୋଇଗଲାଣି। କିବ୍ରେ ରୁଷର ଆକ୍ରମଣ ହେତୁ ଦେଶଛାଡ଼ି ପଳାୟନ କରୁଥିବା ୟୁକ୍ରେନବାସୀଙ୍କୁ ଏବେ ସମର୍ଥନ ଦେବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍।
ରାଷ୍ଟ୍ରପତି ବାଇଡେନ୍ ମଙ୍ଗଳବାର ଏକ ଟ୍ବିଟ୍ ଜରିଆରେ ୟୁକ୍ରେନ୍କୁ ଅସ୍ତ୍ରଶସ୍ତ୍ର, ଖାଦ୍ୟ ଏବଂ ଅର୍ଥ ସମର୍ଥନ ଯୋଗାଇ ଦେବେ ବୋଲି କହିଛନ୍ତି। ୟୁକ୍ରେନ୍ବାସୀମାନେ ଭୟରେ ଦେଶ ଛାଡ଼ି ପଳାଇ ଯାଉଥିବା ବେଳେ ଶରଣାର୍ଥୀମାନଙ୍କୁ ଖୋଲାଖୋଲି ଭାବେ ସ୍ବାଗତ ଜଣାଇଛନ୍ତି ବାଇଡେନ୍।
ୟୁକ୍ରେନ୍ ଉପରେ ରୁଷ ରସାୟନିକ ଓ ଜୈବିକ ଅସ୍ତ୍ର ପ୍ରାୟେଗ କରିପାରେ ବୋଲି ବ୍ରିଟେନ୍ କରିବା ପରେ ଜୋ ବାଇଡେନ୍ ଟ୍ବିଟ୍ କରି ୟୁକ୍ରେନକୁ ନିଜର ସମର୍ଥନ ଜଣାଇଛନ୍ତି। କିଛି ଦିନ ପୂର୍ବରୁ ମଧ୍ୟ ହ୍ବାଇଟ୍ହାଉସ୍ ଏପରି ଘୋଷଣା କରିସାରିଛି।
ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ମସ୍କୋ ଏହି ଯୁଦ୍ଧରେ ପୂର୍ବରୁ ବେଜିଂର ସହାୟତା ଲୋଡିସାରିଛି। ବେଜିଂ ଯଦି ରୁଷକୁ ସାହାଯ୍ୟ କରେ ତେବେ ପରିଣତି ଭୟାବହ ହେବ ବୋଲି ଚେତାବତୀ ଦେଇଛି ଆମେରିକା। ଏପଟେ ଚୀନ ରୁଷକୁ କୌଣସି ପ୍ରକାରର ସାହାଯ୍ୟ କରିବାର ନାହିଁ ବୋଲି ସ୍ପଷ୍ଟ କରିଛି।
Follow Us