ଆମେରିକା-ଚୀନ୍‌ ପ୍ରତିଯୋଗିତା ‘ସଂଘର୍ଷ’କୁ ଆମନ୍ତ୍ରଣ କରିବା ଅନୁଚିତ: ଜିନ୍‌ପିଙ୍ଗ୍‌ଙ୍କୁ କହିଲେ ବାଇଡେନ୍‌

Advertisment
ଆମେରିକା-ଚୀନ୍‌ ପ୍ରତିଯୋଗିତା ‘ସଂଘର୍ଷ’କୁ ଆମନ୍ତ୍ରଣ କରିବା ଅନୁଚିତ: ଜିନ୍‌ପିଙ୍ଗ୍‌ଙ୍କୁ କହିଲେ ବାଇଡେନ୍‌

ୱାସିଂଟନ୍‌: ୭ ମାସ ମଧ୍ୟରେ ଆଜି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ପ୍ରଥମ କରି ଟେଲିଫୋନ୍‌ରେ ଚୀନ୍‌ର ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କ ସହ ଆଳାପ କରି କହିଛନ୍ତି ଯେ, ଆମେରିକା-ଚୀନ୍‌ ପ୍ରତିଯୋଗିତା ‘ସଂଘର୍ଷ’କୁ ଆମନ୍ତ୍ରଣ କରିବା ଅନୁଚିତ।

ହ୍ବାଇଟ୍‌ ହାଉସ୍‌ ଜାରି କରିଥିବା ବିବୃତି ଅନୁସାରେ, ଯୁକ୍ତରାଷ୍ଟ୍ର ଆମେରିକା ଓ ଚୀନ୍‌ ମଧ୍ୟରେ ଥିବା କୂଟନୈତିକ ସମ୍ପର୍କ ସମ୍ବନ୍ଧରେ ମୁକ୍ତ ତଥା ପ୍ରତ୍ୟକ୍ଷ ଭାବେ ଆଲୋଚନା କରିବା ଲାଗି ଉଭୟ ଜୋ ବାଇଡେନ୍‌ ଏବଂ ସି ଜିନ୍‌ପିଙ୍ଗ୍‌ ରାଜି ହୋଇଛନ୍ତି। ରାଷ୍ଟ୍ରପତି ସ୍ପଷ୍ଟ କରି କହିଛନ୍ତି ଯେ, ଯୁକ୍ତରାଷ୍ଟ୍ର ଆମେରିକା ଏବଂ ପିପୁଲସ୍‌ ରିପବ୍ଲିକ୍‌ ଅଫ୍ ଚାଇନା ମଧ୍ୟରେ ଚାଲିଥିବା ପ୍ରତିଯୋଗିତାକୁ ଦାୟିତ୍ବର ସହ ପରିଚାଳନା କରିବା ନିମନ୍ତେ ଏହି ଆଲୋଚନା ହେଉଛି ଆମେରିକା ଚଳାଇଥିବା ଉଦ୍ୟମର ଅଂଶବିଶେଷ।

publive-image Image Courtesy of Jai Tuss

ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକା ଆଗ୍ରହୀ ବୋଲି ରାଷ୍ଟ୍ରପତି ବାଇଡେନ୍‌ ଗୁରୁତ୍ବାରୋପ କରିଛନ୍ତି। ଏହା ବ୍ୟତିରେକେ, ଦୁଇ ଦେଶ ମଧ୍ୟରେ ଚାଲିଥିବା ପ୍ରତିଯୋଗିତା ଯେମିତି ସଂଘର୍ଷର ମୋଡ଼ ନ ନିଏ ସେଥିପ୍ରତି ସମଗ୍ର ବିଶ୍ବ ଏବଂ ଦୁଇ ନେତା ଦାୟିତ୍ବବାନ୍‌ ହେବା ଉଚିତ ବୋଲି ସେମାନେ ଆଲୋଚନା କରିଛନ୍ତି।

ଅପରପକ୍ଷରେ, ଚୀନ୍‌ର ରାଷ୍ଟ୍ରାୟତ ଗଣମାଧ୍ୟମ କହିଛି ଯେ, ସି ଜିନ୍‌ପିଙ୍ଗ୍ ଏବଂ ଜୋ ବାଇଡେନ୍‌ ଅବାଧରେ ଅନେକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ‘ଚାଇନା ସେଣ୍ଟ୍ରାଲ୍‌ ଟେଲିଭିଜନ୍‌’ କହିଛି ଯେ, ଯୁକ୍ତରାଷ୍ଟ୍ର ଆମେରିକାର ଆମନ୍ତ୍ରଣକ୍ରମେ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ଜୋ ବାଇଡେନ୍‌ଙ୍କ ସହ ଟେଲିଫୋନ୍‌ରେ ବାର୍ତ୍ତାଳାପ କରିଛନ୍ତି। ଏଥିରେ ସେମାନେ ସ୍ପଷ୍ଟ ଭାବେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ, ବ୍ୟାପକ ଦ୍ବିପାକ୍ଷିକ ସହଯୋଗ ସମ୍ବନ୍ଧୀୟ ଯୋଗସୂତ୍ର, ଚୀନ୍‌-ଆମେରିକା ସମ୍ପର୍କ ଏବଂ ପାରସ୍ପରିକ ସହଯୋଗିତା ସଂକ୍ରାନ୍ତରେ କଥାବାର୍ତ୍ତା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe