କୋଭିଡ୍‌-୧୯ କଟକଣା ମଧ୍ୟରେ ‘କ୍ୟାପିଟଲ୍‌ ବିଲ୍‌ଡିଙ୍ଗ୍‌’ ବାହାରେ ଶପଥ ନେବେ ଜୋ ବାଇଡେନ୍‌

Advertisment
କୋଭିଡ୍‌-୧୯ କଟକଣା ମଧ୍ୟରେ ‘କ୍ୟାପିଟଲ୍‌ ବିଲ୍‌ଡିଙ୍ଗ୍‌’ ବାହାରେ ଶପଥ ନେବେ ଜୋ ବାଇଡେନ୍‌

Image Coutesy of Viator

ଓ୍ଵାସିଂଟନ୍‌: କୋଭିଡ୍‌-୧୯ କଟକଣା ଯୋଗୁଁ ରାଷ୍ଟ୍ରପତି-ନିର୍ବାଚିତ ଜୋ ବାଇଡେନ୍‌ ଏବଂ ଉପରାଷ୍ଟ୍ରପତି ନିର୍ବାଚିତ କମଳା ହ୍ୟାରିସ୍‌ ଯୁକ୍ତରାଷ୍ଟ୍ର ଆମେରିକାର ‘କ୍ୟାପିଟଲ୍‌ ବିଲ୍‌ଡିଙ୍ଗ୍‌’ ବାହାରେ ଶପଥ ଗ୍ରହଣ କରିବେ। କୋଭିଡ୍‌-୧୯ ନିୟମାବଳୀ ସହ ସମନ୍ଵୟ ରକ୍ଷା କରି ଏହି ଐତିହାସିକ ଉତ୍ସବର ପାରମ୍ପରିକ ଆଡ଼ମ୍ବର ବଜାୟ ରଖିବା ଲାଗି ଉପାୟ କରାଯାଉଛି।

ଜାନୁଆରି ୨୦ ତାରିଖ ମଙ୍ଗଳବାର ଦିନ ହେବାକୁ ଥିବା ଏହି ଉତ୍ସବ ନିମନ୍ତେ ବାଇଡେନ୍‌ଙ୍କ ଟିମ୍‌ ସବିଶେଷ ବିବରଣୀ ରିଲିଜ୍‌ କରିଛି। ବିଦାୟୀ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଏହି ଉତ୍ସବରେ ଯୋଗ ଦେବେ କି, ନାହିଁ, ତା’ର କୌଣସି ପ୍ରତିଶ୍ରୁତି ନ ପାଇ ମଧ୍ୟ ବାଇଡେନ୍‌ଙ୍କ ଟିମ୍‌ ନିଜ ଯୋଜନା ମୁତାବକ ପ୍ରସ୍ତୁତି କରୁଛନ୍ତି।

ପ୍ରମାଣ କରି ନ ଥିଲେ ବି ବ୍ୟାପକ ଭୋଟ୍‌ ଜାଲିଆତି ହୋଇଛି ବୋଲି ଦାବି କରୁଥିବା ରାଷ୍ଟ୍ରପତି ଟ୍ରମ୍ପ୍‌ ବାଇଡେନ୍‌ଙ୍କ ଶପଥ ଉତ୍ସବରେ ଯୋଗ ଦେବେ କି ନାହିଁ, ତାଙ୍କ ଏବକାର କିଂବା ପୂର୍ବତନ ହ୍ଵାଇଟ୍‌ ହାଉସ୍‌ ସହଯୋଗୀମାନଙ୍କୁ ସେ ଏ ପର୍ଯ୍ୟନ୍ତ କହି ନାହାନ୍ତି।

publive-image Image Courtesy of Hindustan Times

କରୋନାଭାଇରସ୍‌ ଟିକା ମିଳିବା ଆରମ୍ଭ ହୋଇଥିଲେ ବି, ସାଧାରଣ ଲୋକଙ୍କ ନିକଟରେ ତାହା ପହଞ୍ଚିବାକୁ ଆହୁରି କିଛି ମାସ ଲାଗିବ। ଏହି ଶପଥ ଗ୍ରହଣ ବା ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେବା ଲାଗି ଓ୍ଵାସିଂଟନ୍‌ ଡିସି ନ ଆସିବାକୁ ସମର୍ଥକମାନଙ୍କୁ ବାଇଡେନ୍‌ଙ୍କ ଟିମ୍‌ ନିବେଦନ କରିଛି।

ଶପଥ ଗ୍ରହଣ ଉତ୍ସବ ପରେ ବାଇଡେନ୍‌ ଉଦ୍‌ଘାଟନୀ ଅଭିଭାଷଣ ପ୍ରଦାନ କରିବେ। କରୋନାଭାଇରସ୍‌ ଦମନ, ଦେଶର ଉନ୍ନତି ଏବଂ ଏକତା ସଂକ୍ରାନ୍ତରେ ଏହି ଅଭିଭାଷଣରୁ ପାଇଁ ତାଙ୍କର ଦୃଷ୍ଟିକୋଣ ଜଣାପଡ଼ିବ।

ପୂର୍ବତନ ‘ଫୁଡ୍‌ ଆଣ୍ଡ୍‌ ଡ୍ରଗ୍‌ ଆଡ୍‌ମିନିଷ୍ଟ୍ରେସନ୍‌ କମିସନର୍‌’ ଡକ୍ଟର ଡେଭିଡ୍‌ କେସ୍‌ଲର୍‌ ଏହି ଉଦ୍‌ଘାଟନୀ ଉତ୍ସବର ମୁଖ୍ୟ ଡାକ୍ତରୀ ପରାମର୍ଶଦାତା ବୋଲି ବାଇଡେନ୍‌ଙ୍କ କମିଟି ଘୋଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe