ସେପ୍ଟେମ୍ବର ୭ରୁ ୧୦ ପର୍ଯ୍ୟନ୍ତ ଭାରତ ଗସ୍ତରେ ଜୋ ବାଇଡେନ୍‌; ଜି-୨୦ ନେତାଙ୍କ ଶିଖର ସମ୍ମିଳନୀରେ ଯୋଗ ଦେବେ

Advertisment
ସେପ୍ଟେମ୍ବର ୭ରୁ ୧୦ ପର୍ଯ୍ୟନ୍ତ ଭାରତ ଗସ୍ତରେ ଜୋ ବାଇଡେନ୍‌; ଜି-୨୦ ନେତାଙ୍କ ଶିଖର ସମ୍ମିଳନୀରେ ଯୋଗ ଦେବେ

Image Courtesy of India Today

ୱାସିଂଟନ୍‌: ଜି-୨୦ ନେତାଙ୍କ ଶିଖର ସମ୍ମିଳନୀରେ ଯୋଗ ଦେବା ନିମନ୍ତେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ଆଗାମୀ ସେପ୍ଟେମ୍ବର ୭ରୁ ୧୦ ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସିବେ ବୋଲି ହ୍ବାଇଟ୍‌ ହାଉସ୍‌ ଜାରି କରିଥିବା ‘ପ୍ରେସ୍‌ ରିଲିଜ୍‌’ରେ ଉଲ୍ଲେଖ ଅଛି।

ରାଷ୍ଟ୍ରପତି ବାଇଡେନ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜି-୨୦ ନେତୃତ୍ବକୁ ପ୍ରଶଂସା କରିବେ ବୋଲି ମଧ୍ୟ ଉକ୍ତ ‘ପ୍ରେସ୍‌ ରିଲିଜ୍‌’ରେ ଉଲ୍ଲେଖ ଅଛି।

ଏହାଛଡ଼ା, ରାଷ୍ଟ୍ରପତି ବାଇଡେନ୍‌ ଅକ୍ଷୟ ଶକ୍ତିର ପ୍ରସାର, ଜଳବାୟୁ ପରିବର୍ତ୍ତନ, ୟୁକ୍ରେନ୍‌ ଯୁଦ୍ଧର ପ୍ରଭାବ ଓ ବିଶ୍ବ ବ୍ୟାଙ୍କ୍‌ ସମେତ ବହୁପାକ୍ଷିକ ବ୍ୟାଙ୍କ୍‌ସମୂହର ସାମର୍ଥ୍ୟ ବୃଦ୍ଧି ଭଳି ବୈଶ୍ବିକ ସମସ୍ୟା ଉପରେ ଆଲୋଚନା କରିବେ।

ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ଜାରି ପ୍ରେସ୍‌ ରିଲିଜ୍‌ରେ କୁହାଯାଇଛି: ରାଷ୍ଟପତି ବାଇଡେନ୍‌ ଓ ଜି-୨୦ର ସଦସ୍ୟମାନେ ଅକ୍ଷୟ ଶକ୍ତିର ପ୍ରସାର ଓ ଜଳବାୟୁ ପରିବର୍ତ୍ତନର ମୁକାବିଲା, ୟୁକ୍ରେନ୍‌ରେ ପୁଟିନ୍‌ଙ୍କ ଯୁଦ୍ଧଜନିତ ଆର୍ଥିକ ଓ ସାମାଜିକ କୁପ୍ରଭାବ ହ୍ରାସ, ଏବଂ ଦାରିଦ୍ର୍ୟ ବିରୋଧରେ ସଂଗ୍ରାମ ପାଇଁ ବିଶ୍ବ ବ୍ୟାଙ୍କ୍‌ ସମେତ ବହୁପାକ୍ଷିକ ବ୍ୟାଙ୍କ୍‌ସମୂହର ସାମର୍ଥ୍ୟ ବୃଦ୍ଧି ଭଳି ବୈଶ୍ବିକ ସମସ୍ୟା ଉପରେ ଆଲୋଚନା କରିବେ।

publive-image Image Courtesy of Business Today

ଭାରତର ଜି-୨୦ ଅଧ୍ୟକ୍ଷତାକୁ ପ୍ରଶଂସା କରି ଉକ୍ତ ‘ରିଲିଜ୍‌’ରେ କୁହାଯାଇଛି: ନୂଆଦିଲ୍ଲୀରେ ରାଷ୍ଟ୍ରପତି ବାଇଡେନ୍‌ ମଧ୍ୟ ପ୍ରଧାନମନ୍ତ୍ରୀ ମ‌ୋଦୀଙ୍କ ଜି୨୦ ନେତୃତ୍ବକୁ ପ୍ରଶଂସା କରିବେ। ଏହାଛଡ଼ା, ୨୦୨୬ରେ ଆମେରିକା ଜି-୨୦ର ଆୟୋଜନ କରିବ ବୋଲି ଘୋଷଣା କରିବା ସହିତ ଏହି ପ୍ରମୁଖ ଅର୍ଥନୈତିକ ସହଯୋଗ ମଞ୍ଚ ପ୍ରତି ଆମେରିକାର ପ୍ରତିବଦ୍ଧତାକୁ ସେ ପୁନଃସୁନିଶ୍ଚିତ କରିବେ।

ସୂଚନାଯୋଗ୍ୟ, ସେପ୍ଟେମ୍ବର ୯ ଓ ୧୦ରେ ନୂଆଦିଲ୍ଲୀରେ ଜି-୨୦ ବିଶ୍ବ ନେତାମାନଙ୍କର ଶିଖର ସମ୍ମିଳନୀ ହେବ ବୋଲି କାର୍ଯ୍ୟକ୍ରମ ସ୍ଥିର କରାଯାଇଛି। ସେଥିଲାଗି ସେପ୍ଟେମ୍ବର ୮, ୯ ଓ ୧୦ ତାରିଖ ଦିନ ଜାତୀୟ ରାଜଧାନୀ ଅଞ୍ଚଳରେ ସମସ୍ତ ସ୍କୁଲ୍‌ ଓ ଦିଲ୍ଲୀ ସରକାରଙ୍କ କାର୍ଯ୍ୟାଳୟ ଓ ମହାନଗର ନିଗମ ବନ୍ଦ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe