ୟୁକ୍ରେନ୍‌ ପାଇଁ ନିରାପତ୍ତା ଓ ଆର୍ଥିକ ସହାୟତା ବିଷୟରେ ଫୋନ୍‌ରେ କଥା ହେଲେ ବାଇଡେନ୍‌ ଓ ଜେଲେନସ୍କି

Advertisment
ୟୁକ୍ରେନ୍‌ ପାଇଁ ନିରାପତ୍ତା ଓ ଆର୍ଥିକ ସହାୟତା ବିଷୟରେ ଫୋନ୍‌ରେ କଥା ହେଲେ ବାଇଡେନ୍‌ ଓ ଜେଲେନସ୍କି

Image Courtesy of Zee News

ନୂଆଦିଲ୍ଲୀ: ୟୁକ୍ରେନ୍‌ ଉପରେ ରୁଷ୍‌ର ଆକ୍ରମଣ ଜାରି ରହିଥିବା ବେଳେ ଶନିବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ତାଙ୍କର ୟୁକ୍ରେନୀୟ ପ୍ରତିପକ୍ଷ ଭୋଲୋଦିମିର୍‌ ଜେଲେନ୍‌ସ୍କିଙ୍କ ସହ ଯୁଦ୍ଧ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି।

ଏ ସଂକ୍ରାନ୍ତରେ ୟୁକ୍ରେନୀୟ ରାଷ୍ଟ୍ରପତି ଟୁଇଟ୍‌ କରି କହିଛନ୍ତି ଯେ, ସେ ୟୁକ୍ରେନ୍‌ ପାଇଁ ଆର୍ଥିକ ସହାୟତା ଏବଂ ରୁଷ୍‌ ଉପରେ କଟକଣା ଜାରି ରଖିବା ପାଇଁ ବାଇଡେନ୍‌ଙ୍କ ସହିତ ଆଲୋଚନା କରିଛନ୍ତି।

ହ୍ବାଇଟ୍‌ ହାଉସ୍‌ କହିଛି, ବାଇଡେନ୍‌ ଓ ଜେଲେନସ୍କି ପ୍ରାୟ ଅଧ ଘଣ୍ଟା ଧରି ଫୋନ୍‌ରେ କଥାବାର୍ତ୍ତା କରିଥିଲେ। ଫୋନ୍‌ରେ କଥାବାର୍ତ୍ତା ବେଳେ ବାଇଡେନ୍‌ ରୁଷ୍‌ରେ ଭିସା ଏବଂ ମାଷ୍ଟର୍‌କାର୍ଡ ଅଚଳ କରିଥିବା ନିଷ୍ପତ୍ତିକୁ ସ୍ବାଗତ କରିଥିଲେ।

publive-image Image Courtesy of Free Press Journal

ରଏଟର୍ସ ରିପୋର୍ଟ ଅନୁସାରେ, ହ୍ବାଇଟ୍‌ ହାଉସ୍‌ କହିଛି ‌, ୟୁକ୍ରେନ୍‌ ପାଇଁ ତାଙ୍କ ପ୍ରଶାସନ ନିରାପତ୍ତା, ମାନବୀୟ ଏବଂ ଆର୍ଥିକ ସହାୟତା ବୃଦ୍ଧି କରିବା ସହ ଅତିରିକ୍ତ ପାଣ୍ଠି ଯୋଗାଇବା ଲାଗି ସୁନିଶ୍ଚିତ ହେବାକୁ କଂଗ୍ରେସ ସହ କାର୍ଯ୍ୟ କରୁଛି।

ଚାଲିଥିବା ସଂଘର୍ଷର ସମାଧାନ ନିମନ୍ତେ ରୁଷ୍‌ ଏବଂ ୟୁକ୍ରେନ୍‌ ମଧ୍ୟରେ ନିକଟରେ ହୋଇଥିବା ଆଲୋଚନା ସମ୍ପର୍କରେ ବାଇଡେନ୍‌ ଓ ଜେଲେନସ୍କି କଥାବାର୍ତ୍ତା ହୋଇଥିଲେ।

ଶନିବାର ରାତିରେ ଟେଲିଭିଜନ୍‌ରେ ପ୍ରସାରିତ ଉଦ୍‌ବୋଧନରେ ଜେଲେନ୍‌ସ୍କି ରୁଷୀୟ ସେନା ଅଧିକୃତ ଅଞ୍ଚଳବାସୀଙ୍କୁ ଯୁଦ୍ଧର ମୁକାବିଲା କରିବା ଲାଗି ନିବେଦନ କରିଛନ୍ତି। ସେ କହିଛନ୍ତି, ପଦାକୁ ବାହାରି ଆସି ଆମେ ଶତ୍ରୁମାନଙ୍କୁ ସହରଗୁଡ଼ିକରୁ ତଡ଼ି ବାହାର କରିବା। ଆମର ପ୍ରତିରୋଧ ଏବଂ ପ୍ରତିବାଦ ଦେଖି ମୋ ମନରେ ଏଭଳି ଭରସା ଆସୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe