ବାଇଡେନ୍‌ଙ୍କ ଚେତାବନୀ: ଆଣବିକ ଅସ୍ତ୍ର ପାଇବାରୁ ଇରାନ୍‌କୁ ବଞ୍ଚିତ କରିବା ପାଇଁ ବଳ ପ୍ରୟୋଗ କରିବୁ

ବାଇଡେନ୍‌ଙ୍କ ଚେତାବନୀ: ଆଣବିକ ଅସ୍ତ୍ର ପାଇବାରୁ ଇରାନ୍‌କୁ ବଞ୍ଚିତ କରିବା ପାଇଁ ବଳ ପ୍ରୟୋଗ କରିବୁ

Image Courtesy of Zee News

ୱାସିଂଟନ୍‌: ଆଣବିକ ଅସ୍ତ୍ରଶସ୍ତ୍ର ପାଇବାରୁ ଇରାନ୍‌କୁ ବାଧା ଦେବା ପାଇଁ ପରିଶେଷରେ ବଳ ପ୍ରୟୋଗ କରିବେ ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ମଧ୍ୟ-ପ୍ରାଚ୍ୟ ଗସ୍ତପୂର୍ବରୁ ଗଣମାଧ୍ୟମକୁ କହିଛନ୍ତି।

ମଙ୍ଗଳବାର ଦିନ ୱାସିଂଟନ୍‌ରୁ ମଧ୍ୟ-ପ୍ରାଚ୍ୟକୁ ବାହାରିବା ପୂର୍ବରୁ ରାଷ୍ଟ୍ରପତି ବାଇଡେନ୍‌ ଇସ୍ରାଏଲ୍‌ର ‘ଚାନେଲ୍‌ ୧୨ ଟିଭି’ରେ ରେକର୍ଡ କରାଇଥିବା ସାକ୍ଷାତ୍‌କାରରେ ଉପରୋକ୍ତ କଥା କହିଛନ୍ତି। ଉକ୍ତ ସାକ୍ଷାତ୍‌କାର ବୁଧବାର ଦିନ ପ୍ରସାରଣ କରାଯାଇଥିଲା। ସେଥିରେ ବାଇଡେନ୍‌ କହିଛନ୍ତି ଯେ, ୨୦୧୫ ଇରାନ୍‌ ଆଣବିକ ଚୁକ୍ତି ଉଲ୍ଲଂଘନ ହେଲେ ବି ‘ଇରାନ୍‌ସ୍‌ ଇସ୍‌ଲାମିକ୍‌ ରିଭୋଲ୍ୟୁସ୍‌ନାରି ଗାର୍ଡ କର୍ପସ୍‌’କୁ (ଆଇଆର୍‌ଜିସି) ସେ ଯୁକ୍ତରାଷ୍ଟ୍ର ଆମେରିକାର ‘ଫରେନ୍‌ ଟେରରିଷ୍ଟ୍‌ ଅର୍ଗାନାଇଜେସନ୍‌ସ୍‌’ (ଏଫ୍‌ଟିଓ) ତାଲିକାଭୁକ୍ତ କରିବେ।

ତେହେରାନ୍‌କୁ ଆଣବିକ ଅସ୍ତ୍ରଶସ୍ତ୍ର ପାଇବାରୁ ନିବୃତ କରାଇବେ‌ ବୋଲି ପୂର୍ବରୁ ଦେଇଥିବା ବିବୃତିର ଅର୍ଥ, ସେ ଇରାନ୍‌ ବିପକ୍ଷରେ ବଳ ପ୍ରୟୋଗ କରିବାକୁ ବୁଝାଉଛି କି, ବୋଲି ପଚାରିବାରୁ ବାଇଡେନ୍‌ କହିଲେ, ତାହା ଯଦି ଶେଷ ଉପାୟ, ତାହାହିଁ କରାଯିବ।

publive-image Image Courtesy of Tele Trader.com

କିନ୍ତୁ, ଆଣବିକ ଅସ୍ତ୍ରଶସ୍ତ୍ର ଯୋଗାଡ଼ କରିବା କଥାକୁ ଅସ୍ବୀକାର କରି ଇରାନ୍‌ କହିଛି ଯେ, କେବଳ ଶାନ୍ତିରକ୍ଷା ପାଇଁ ସେ ଆଣବିକ କାର୍ଯ୍ୟକ୍ରମ ଆରମ୍ଭ କରିଛି। ସୂଚନାଯୋଗ୍ୟ, ଆର୍ଥିକ କଟକଣାରୁ ଆଶ୍ବସ୍ତି ପାଇବା ଲାଗି ୨୦୧୫ରେ ତେହେରାନ୍‌ ୬ଟି ପ୍ରମୁଖ ଶକ୍ତି ସହ ରାଜିନାମା କରିଥିଲା। ସେଥିଯୋଗୁଁ, ତା’ର ଆଣବିକ କାର୍ଯ୍ୟକ୍ରମ ସଙ୍କୁଚିତ ହେବା ସହ ଅସ୍ତ୍ରଶସ୍ତ୍ର ଯୋଗାଡ଼ କରିବା ମଧ୍ୟ କଷ୍ଟସାଧ୍ୟ ହୋଇଯାଇଛି।

ଏହା ପରେ, ୨୦୧୮ରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ ଉକ୍ତ ରାଜିନାମାକୁ ରଦ୍ଦ କରି ଇରାନ୍‌ ଉପରେ ଅଧିକ କଠୋର କଟକଣା ଜାରି କରିଥିଲେ। ଏହାର ବର୍ଷକ ପରେ ତେହେରାନ୍‌ ବାଧ୍ୟ ହୋଇ ରାଜିନାମାରେ ଥିବା ଆଣବିକ କାର୍ଯ୍ୟକ୍ରମ ସଂକ୍ରାନ୍ତ କଟକଣା ଉଲ୍ଲଂଘନ କରିବା ଆରମ୍ଭ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe