Image Courtesy of India Today
ନୂଆଦିଲ୍ଲୀ: ସମସ୍ତେ ବିଭ୍ରାଟ ନ ବଢ଼ାଇବା ଲାଗି ଚାହିଁବାରୁ ଜୋ ବାଇଡେନ୍ ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ବୋଲି ଆଜି ‘ଟେଲ୍ସା ସିଇଓ ଏଲନ୍ ମସ୍କ୍ ସମାଲୋଚନା କରି କହିଛନ୍ତି।
ଟୁଇଟର୍ରେ ସେ ଲେଖିଛନ୍ତି: ବାଇଡେନ୍ଙ୍କ ଭୁଲ୍ ହେଲା ଯେ, ତାଙ୍କର ଧାରଣା ଦେଶକୁ ରୂପାନ୍ତର କରିବା ଲାଗି ତାଙ୍କୁ ନିର୍ବାଚିତ କରାଯାଇଛି। କିନ୍ତୁ, ସଭିଏଁ ବିଭ୍ରାଟ ନ ବଢ଼ାଇବା ଲାଗି ତାଙ୍କୁ ନିର୍ବାଚିତ କରିଛନ୍ତି।
ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ଙ୍କ ବିଷୟରେ ମଧ୍ୟ ମସ୍କ୍ ଟୁଇଟ୍ କରି କହିଛନ୍ତି ଯେ, ମୋ ମତରେ, ୨୦୨୪ରେ ଜଣେ ସ୍ବଳ୍ପ ମେଳାପୀ ପ୍ରାର୍ଥୀ ରାଷ୍ଟ୍ରପତି ପାଇଁ ଭଲ ହୋଇଥାଆନ୍ତେ। ଟ୍ରମ୍ପ୍ଙ୍କୁ ଟୁଇଟର୍ ବ୍ୟବହାର ପାଇଁ ଅନୁମତି ଦେବା ଉଚିତ ବୋଲି ମଧ୍ୟ ମୁଁ ଚିନ୍ତା କରୁଛି।
Image Courtesy of Business Todayନିକଟ ଅତୀତରେ, ‘ଦି ଫାଇନାନ୍ସିଆଲ୍ ଟାଇମ୍ସ୍ ଫ୍ୟୁଚର୍ ଅଫ୍ ଦି କାର୍’ ସମ୍ମିଳନୀରେ ଉଦ୍ବୋଧନ ଦେବା ବେଳେ ଏଲନ୍ ମସ୍କ୍ କହିଥିଲେ ଯେ, ପୂର୍ବତନ ରାଷ୍ଟ୍ରପତିଙ୍କ ପ୍ରତି ଜାରି ହୋଇଥିବା ଟୁଇଟର୍ ନିଷେଧାଜ୍ଞାକୁ ସେ ପ୍ରତ୍ୟାହାର କରିନେବେ।
ଉଲ୍ଲେଖଯୋଗ୍ୟ, ଗତବର୍ଷ ଜାନୁଆରି ୬ ତାରିଖରେ ଘଟିଥିବା କ୍ୟାପିଟାଲ୍ ଦଙ୍ଗା ପରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ଙ୍କ ପ୍ରତି ଟୁଇଟର୍ ନିଷେଧାଜ୍ଞା ଜାରି କରିଥିଲା। ଟୁଇଟର୍, ଫେସ୍ବୁକ୍ ଏବଂ ଇନ୍ଷ୍ଟାଗ୍ରାମ ଆଦି ସାମାଜିକ ଗଣମାଧ୍ୟମ ପ୍ଲାଟ୍ଫର୍ମରେ ଟ୍ରମ୍ପ୍ ବିଭିନ୍ନ ପୋଷ୍ଟ୍ ଜରିଆରେ ୟୁଏସ୍ କ୍ୟାପିଟଲ୍ରେ ବଳପୂର୍ବକ ପ୍ରବେଶ କରିବା ଲାଗି ଦଙ୍ଗାକାରୀଙ୍କୁ ଉତ୍ସାହିତ କରିଥିଲେ ବୋଲି ଅଭିଯୋଗ ଆସିଥିଲା।
Follow Us