ୟୁକ୍ରେନ୍ ଉପରେ ପରମାଣୁ ଆକ୍ରମଣ ହେବ ଅତି ସାଙ୍ଘାତିକ ଭୁଲ୍‌: ରୁଷ୍‌କୁ ସତର୍କ କଲେ ଜୋ ବାଇଡେନ୍‌

Advertisment
ବାଇଡେନଙ୍କ ଘରୁ ମିଳିଲା ଆଉ ୬ ଗୋପନୀୟ ଦଲିଲ

Image Courtesy of Zee News

ୱାସିଂଟନ୍‌: ୟୁକ୍ରେନ୍‌ ଉପରେ ପରମାଣୁ ଅସ୍ତ୍ର ଆକ୍ରମଣ ଅତି ସାଙ୍ଘାତିକ ଭୁଲ୍‌ ହେବ ବ‌ୋଲି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ମଙ୍ଗଳବାର ଦିନ ରୁଷ୍‌କୁ ସତର୍କ କରାଇ ଦେଇଛନ୍ତି।

ମଙ୍ଗଳବାର ଦିନ ହ୍ବାଇଟ୍‌ ହାଉସ୍‌ରେ ସାମ୍ବାଦିକମାନଙ୍କୁ ବାଇଡେନ୍‌ କହିଛନ୍ତି, ମୁଁ କହି ଦେଉଛି: ‘ଟ୍ୟାକ୍ଟିକାଲ୍‌ ନ୍ୟୁକ୍ଲିଅର୍‌ ୱିପନ୍‌’ ପ୍ରୟୋଗ କଲେ ରୁଷ୍‌ ଅତି ଗରୁତର ଭୁଲ୍‌ କରିବ।

ପରମାଣୁ ଅସ୍ତ୍ର ପ୍ରୟୋଗ କରିବା ଲାଗି ରୁଷ୍‌ ପ୍ରସ୍ତୁତି କରୁଛି କି, ବୋଲି ପ୍ରଶ୍ନର ଉତ୍ତର ଦେବା ବେଳେ ବାଇଡେନ୍‌ ଉପରୋକ୍ତ କଥା କହିଛନ୍ତି। ଗୁରୁତ୍ବାରୋପ କରି ସେ କହିଛନ୍ତି, ଏହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଏବେ ମୁଁ ଆପଣଙ୍କୁ ନିର୍ଭରଯୋଗ୍ୟ ଭାବେ କହିପାରୁନାହିଁ। କିନ୍ତୁ, ପରମାଣୁ ଅସ୍ତ୍ର ପ୍ରୟୋଗ ଅତ୍ୟନ୍ତ ସାଙ୍ଘାତିକ ପ୍ରମାଦ ହେବ।

publive-image Image Courtesy of ABC News

ହ୍ବାଇଟ୍‌ ହାଉସ୍‌ ଗଣମାଧ୍ୟମ ସଚିବ କେରିନ୍‌ ଜିନ୍‌-ପିଏରି କହିଛନ୍ତି ଯେ, ରାଷ୍ଟ୍ରପତିଙ୍କ ଭାବନାରେ କୌଣସି ଦ୍ବିଧା ନାହିଁ।

ଆଜି ସେ ପୁଣି ଏକଥା କହିଲେ। ୟୁକ୍ରେନ୍‌ ଉପରେ ପରମାଣୁ ଅସ୍ତ୍ର ପ୍ରୟୋଗ କରିବା ରୁଷ୍‌ ପାଇଁ ହେବ ପ୍ରମାଦ (ବଡ଼ ଭୁଲ୍‌)। ଏହାର ପରିଣାମ ମଧ୍ୟ ଚରମ ହେବ। ସମ୍ଭାବ୍ୟ ପରମାଣୁ ବୋମା ପ୍ରୟୋଗ ବିଷୟରେ ରୁ‌ଷ୍‌ ନିହାତି ମିଥ୍ୟା ଅଭିଯୋଗ କରୁଛି ବୋଲି ଜିନ୍‌-ପିଏରି କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ଉପରୋକ୍ତ କଥା କହିବା ଆପଣମାନେ ଶୁଣିଲେ। ନିଜ ଅଞ୍ଚଳରେ ପରମାଣୁ ବୋମା ନିକ୍ଷେପ କରିବା ଲାଗି ୟୁକ୍ରେନ୍‌ ପ୍ରସ୍ତୁତି କରୁଛି ବୋଲି ଗତକାଲି ବୈଦେଶିକ ବିଭାଗରେ ମୋ ସହଯୋଗୀ କହିଥିବା ଆପଣମାନେ ଶୁଣିଥିଲେ। ଆମେ ଏହାକୁ ମିଛ ବୋଲି କହୁଛୁ। ରୁଷ୍‌ ମିଥ୍ୟା ଅଭିଯୋଗ କରୁଛି। ତେଣୁ, ଏକଥା ଉପରେ ଆମେ ଗୁରୁତ୍ବ ଦେବା ଆବଶ୍ୟକ। ଯୁଦ୍ଧକୁ ଅଧିକ ସକ୍ରିୟ କରିବା ଲାଗି ଅତୀତରେ ମଧ୍ୟ ରୁଷ୍‌ ଏଭଳି ଅଭିଯୋଗ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe