ଟ୍ରମ୍ପ୍‌ଙ୍କ ଭାଷଣ ଲଜ୍ଜାଜନକ: ଜୋ’ ବାଇଡେନ୍‌ଙ୍କ ନିର୍ବାଚନ ପ୍ରଚାର ମ୍ୟାନେଜର୍

Advertisment
ଟ୍ରମ୍ପ୍‌ଙ୍କ ଭାଷଣ ଲଜ୍ଜାଜନକ: ଜୋ’ ବାଇଡେନ୍‌ଙ୍କ ନିର୍ବାଚନ ପ୍ରଚାର ମ୍ୟାନେଜର୍

Image Courtesy of Hindustan Times

ୱାସିଂଟନ୍: ଠିକ୍‌ଭାବେ ଭୋଟ୍‌ ଦିଆଯାଇଥିବା ବାଲଟ୍‌ଗୁଡ଼ିକର ଗଣନା ବନ୍ଦ କରାଯିବା ନିମନ୍ତେ ଆଜି ରାତିରେ ରାଷ୍ଟ୍ରପତି ଦେଇଥିବା ବିବୃତି ଲଜ୍ଜାଜନକ, ଅଭୂତପୂର୍ବ ଏବଂ ବିଭ୍ରାନ୍ତିକର ବୋଲି ଜୋ’ ବାଇଡେନ୍‌ଙ୍କ ନିର୍ବାଚନ ପ୍ରଚାର ଅଭିଯାନର ପରିଚାଳକ ଜେନ୍‌ ଓ’ମେଲି ଡିଲନ୍‌ କହିଛନ୍ତି।

ସେ କହିଛନ୍ତି, ଆମେରିକୀୟ ନାଗରିକମାନଙ୍କ ଗଣତାନ୍ତ୍ରିକ ଅଧିକାର ଛଡ଼ାଇ ନେବାକୁ ଏହା ଏକ ନଗ୍ନ ଉଦ୍ୟମ ହୋଇଥିବା କାରଣରୁ ଏହା ଲଜ୍ଜାଜନକ। ପୂର୍ବରୁ ଆମ ଇତିହାସରେ ଯୁକ୍ତରାଷ୍ଟ୍ର ଆମେରିକାର କୌଣସି ରାଷ୍ଟ୍ରପତି ଜାତୀୟ ନିର୍ବାଚନରେ ଆମେରିକୀୟମାନଙ୍କ କଣ୍ଠରୋଧ କରିନାହାନ୍ତି। ନିର୍ବାଚନ ଦିବସ ଅବ୍ୟବହିତ ପୂର୍ବରୁ ଏହି ବାଲଟ୍‌ଗୁଡ଼ିକର ଗଣନା ବନ୍ଦ କରାଇବାକୁ ଏକାଧିକ ରାଜ୍ୟରେ ରିପବ୍ଲିକାନ୍‌ମାନଙ୍କ ଉଦ୍ୟମକୁ ଉତ୍ସାହିତ କରିବା ପରେ ଏବେ ଡୋନାଲ୍‌ଡ୍‌ ଟ୍ରମ୍ପ୍‌ କହୁଛନ୍ତି ନିର୍ବାଚନ ଦିବସ ପ‌ରେ ମଧ୍ୟ ଏହି ବାଲଟ୍‌ଗୁଡ଼ିକ ଗଣାଯିବ ନାହିଁ।

publive-image Image Courtesy of Zee News

ଏହା ବିଭ୍ରାନ୍ତିକର, କାରଣ ଏମିତି ହେବନାହିଁ। ଗଣନା ବନ୍ଦ ହେବନାହିଁ। ଠିକ୍‌ରୂପେ ଦିଆଯାଇଥିବା ସମସ୍ତ ଭୋଟ୍‌ ଗଣା ନ ସରିବାଯାଏଁ ଗଣତି ଚାଲିବ। କାରଣ ଆମର ଆଇନ ତାହାହିଁ ଚାହେଁ। ଯେଉଁ ଆଇନ ଆମେରିକୀୟମାନଙ୍କର ଭୋଟ୍ ଦେବା ସାମ୍ବିଧାନିକ ଅଧିକାରକୁ ସୁରକ୍ଷିତ ରଖିଛି।

ଆଜି ରାତିରେ ଉପରାଷ୍ଟ୍ରପତି ଯାହା କହିଲେ ମୁଁ ତାହାକୁ ଦୋହରାଉଛି:  ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଏହି ନିର୍ବାଚନର ଫଳାଫଳ ସ୍ଥିର କରିବେ ନାହିଁ। ଜୋ’ ବାଇଡେନ୍‌ ଏହି ନିର୍ବାଚନର ଫଳାଫଳ ସ୍ଥିର କରିବେ ନାହିଁ। ଏହି ନିର୍ବାଚନର ଫଳାଫଳ ସ୍ଥିର କରିବେ ଆମେରିକାର ଜନତା। ଶେଷ ଯାଏଁ ଏହି ଗଣତାନ୍ତ୍ରିକ ପ୍ରକ୍ରିୟା ଜାରି ରହିବ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭୋଟ୍‌ ଗଣତି ବନ୍ଦ କରିବାକୁ ଟ୍ରମ୍ପ୍‌ ଅଦାଲତକୁ ଗଲେ, ତାଙ୍କ ଉଦ୍ୟମରେ ବାଧା ଦେବାକୁ ସେମାନଙ୍କର ନ୍ୟାୟିକ ଦଳ ମଧ୍ୟ ପ୍ରସ୍ତୁତ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe