ବିବାଦୀୟ ପରିସ୍ଥିତି ସୃଷ୍ଟି କଲା ଜୋ ବାଇଡେନ୍‌ଙ୍କ ‘ପୁଟିନ୍‌ କ୍ଷମତାରେ ରହି ପାରିବେ ନାହିଁ’ ମନ୍ତବ୍ୟ; କ୍ରେମ୍‌ଲିନ୍‌ର ଠିକଣା ଜବାବ

Advertisment
ବିବାଦୀୟ ପରିସ୍ଥିତି ସୃଷ୍ଟି କଲା ଜୋ ବାଇଡେନ୍‌ଙ୍କ ‘ପୁଟିନ୍‌ କ୍ଷମତାରେ ରହି ପାରିବେ ନାହିଁ’ ମନ୍ତବ୍ୟ; କ୍ରେମ୍‌ଲିନ୍‌ର ଠିକଣା ଜବାବ

Image Courtesy of Zee News

ନୂଆଦିଲ୍ଲୀ: ପୁଟିନ୍‌ କ୍ଷମତାରେ ରହିପାରିବେ ନାହିଁ ବୋଲି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ଦେଇଥିବା ମନ୍ତବ୍ୟ ବିବାଦୀୟ ପରିସ୍ଥିତି ସୃଷ୍ଟି କରିବା ପରେ ସ୍ପଷ୍ଟୀକରଣ ଦେଇ ହ୍ବାଇଟ୍‌ ହାଉସ୍‌ କହିଛି, ଏହାର ଅର୍ଥ ଶାସନର ପରିବର୍ତ୍ତନ ପାଇଁ ଆହ୍ବାନ ନୁହେଁ।

ଉଲ୍ଲେଖଯୋଗ୍ୟ, ଶନିବାର ଦିନ ପୋଲାଣ୍ଡ୍‌ରେ ଏକ ଜନସମାବେଶରେ ଉଦ୍‌ବୋଧନ ଦେବା ବେଳେ ପୁଟିନ୍‌ଙ୍କୁ ଉଦ୍ଦେଶ୍ୟ କରି କହିଥିଲେ, ‘ନାଟୋ’ ପରିସୀମାର ସାମାନ୍ୟତମ ଅଞ୍ଚଳ ମଧ୍ୟକୁ ପ୍ରବେଶ କରିବା କଥା କଳ୍ପନା ବି କରନାହିଁ। ଏ ଯୁଦ୍ଧ ରୁଷୀୟ ରଣନୀତିର ବିଫଳତାକୁ ଦର୍ଶାଇ ସାରିଛି। ରୁଷୀୟ ଜନସାଧାରଣ ଆମର ଶତ୍ରୁ ନୁହନ୍ତି। ଏ ବ୍ୟକ୍ତିଜଣକ କ୍ଷମତାରେ ରହିପାରିବେ ନାହିଁ।

publive-image Image Courtesy of NDTV

ରୁଷ୍‌ର ଅଭ୍ୟନ୍ତରିଣ ସରକାରରେ ଯୁକ୍ତରାଷ୍ଟ୍ର ଆମେରିକା ହସ୍ତକ୍ଷେପ କରୁଥିବା କଥା ଆମେରିକୀୟ ରାଷ୍ଟ୍ରପତିଙ୍କ ଏତାଦୃଶ ମନ୍ତବ୍ୟରୁ ଜଣାପଡ଼ିବା ପରେ ବଡ଼ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ତୁରନ୍ତ ଏହାର ସ୍ପଷ୍ଟୀକରଣ ଦେଇ ହ୍ବାଇଟ୍‌ ହାଉସ୍‌ର ଜଣେ ଅଧିକାରୀ କହିଥିଲେ, ରାଷ୍ଟ୍ରପତିଙ୍କ କହିବାର ଅର୍ଥ ହେଉଛି ପୁଟିନ୍‌ଙ୍କୁ ତାଙ୍କ ପଡ଼ୋଶୀ ବା ପାଖ ଅଞ୍ଚଳରେ ତାଙ୍କ କ୍ଷମତା ପ୍ରୟୋଗ କରାଇ ଦିଆଯିବ ନାହିଁ। ରାଷ୍ଟ୍ରପତି ରୁଷ୍‌ରେ ପୁଟିନ୍‌ଙ୍କ କ୍ଷମତାବା ଶାସନର ପରିବର୍ତ୍ତନ ନୁହେଁ।

ବାଇଡେନ୍‌ଙ୍କ ମନ୍ତବ୍ୟ ଶୁଣି ମସ୍କୋ ମଧ୍ୟ ତୁରନ୍ତ ପ୍ରତ୍ୟୁତ୍ତର ଦେଇଛି। କ୍ରେମ୍‌ଲିନ୍‌ ମୁଖପାତ୍ର ଡିମିତ୍ରି ପେସ୍‌କୋଭ୍‌ କହିଛନ୍ତି ଯେ, ଏ କଥାରେ ବାଇଡେନ୍‌ ନିଷ୍ପତ୍ତି ନେଇ ପାରିବେ ନାହିଁ। ଏହା ରୁଷୀୟ ସଂଘ ଜନସାଧାରଣଙ୍କ ଉପରେ ନିର୍ଭର କରେ। ରୁଷୀୟମାନଙ୍କଦ୍ବାରା ରାଷ୍ଟ୍ରପତି ପୁଟିନ୍‌ ନିର୍ବାଚିତ ହୋଇଛନ୍ତି।

ସ୍ମରଣଯୋଗ୍ୟ, ଯୁଦ୍ଧ ଯୋଗୁଁ ୟୁକ୍ରେନ୍ ପରିତ୍ୟାଗ କରି ପଳାଇ ଆସିଥିବା ଶରଣାର୍ଥୀ ପରିବାରବର୍ଗଙ୍କୁ ୱାର୍‌ସଅରେ ଭେଟିବା ବେଳେ ବାଇଡେନ୍‌ କହିଥିଲେ, ପୁଟିନ୍‌ ଜଣେ କଂସାଇ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe