ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ରାଷ୍ଟ୍ରପତି ଜୋ ବାଇଡେନଙ୍କ ପୁଅ ହଣ୍ଟର୍ ବାଇଡେନଙ୍କୁ ଗୁରୁତର ଅଭିଯୋଗରେ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ବେଆଇନ ଭାବେ ଅସ୍ତ୍ରଶସ୍ତ୍ର କିଣିବା ଏବଂ ଡ୍ରଗ୍ସ ବ୍ୟବହାର ବିଷୟରେ ମିଥ୍ୟା ଅଭିଯୋଗରେ ହଣ୍ଟର୍ ବାଇଡେନ୍ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।
ଡ୍ରଗ୍ସ ସେବନ କରିବା ଏବଂ ବନ୍ଧୁକ ରଖିବା ସହ ଜଡିତ ତିନୋଟି ମାମଲାରେ ହଣ୍ଟର୍ ବାଇଡେନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଖଣ୍ଡପୀଠ ସାମ୍ନାରେ ନିଜର ନିର୍ଦ୍ଦୋଷତା ପ୍ରମାଣ କରିବାକୁ ସେ ଚେଷ୍ଟା କରିଥିଲେ। ଆମେରିକାର ୱିଲମିଙ୍ଗଟନ୍, ଡେଲାୱେର୍, ଫେଡେରାଲ୍ କୋର୍ଟ ତାଙ୍କୁ ଦୁଇଟି ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି।
ଫେଡେରାଲ କୋର୍ଟର ୧୨ ଜଣିଆ ଖଣ୍ଡପୀଠ ସର୍ବସମ୍ମତି କ୍ରମେ ଏହି ରାୟ ଦେଇଛନ୍ତି। ଆମେରିକାରେ ଏହା ପ୍ରଥମ ଘଟଣା ଯେଉଁଥିରେ ପଦବୀରେ ଥିବା ରାଷ୍ଟ୍ରପତିଙ୍କ ପୁଅ ଏକ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ବିଶେଷକରି ଆମେରିକାରେ ନିର୍ବାଚନ ପୂର୍ବରୁ ହଣ୍ଟର୍ ବାଇଡେନଙ୍କ ଯୋଗୁ ତାଙ୍କ ପିତା ଜୋ ବାଇଡେନଙ୍କ ସମସ୍ୟା ବଢ଼ାଇ ଦେଇଥିବା ଚର୍ଚ୍ଚା ହେଉଛି।
Follow Us