ଅଳ୍ପ କେତେ ସପ୍ତାହ ପାଇଁ ଭାରତରେ ସମ୍ପୂର୍ଣ୍ଣ ‘ଲକ୍‌ଡାଉନ୍‌’ ଘୋଷଣା କରାଯିବା ଆବଶ୍ୟକ: ବାଇଡେନ୍‌ଙ୍କ ମୁଖ୍ୟ ଡାକ୍ତରୀ ପରାମର୍ଶଦାତା ଡାକ୍ତର ଫାଉଚି

Advertisment
ଅଳ୍ପ କେତେ ସପ୍ତାହ ପାଇଁ ଭାରତରେ ସମ୍ପୂର୍ଣ୍ଣ ‘ଲକ୍‌ଡାଉନ୍‌’ ଘୋଷଣା କରାଯିବା ଆବଶ୍ୟକ: ବାଇଡେନ୍‌ଙ୍କ ମୁଖ୍ୟ ଡାକ୍ତରୀ ପରାମର୍ଶଦାତା ଡାକ୍ତର ଫାଉଚି

ନୂଆଦିଲ୍ଲୀ: କୋଭିଡ୍‌-୧୯ର ଦ୍ବିତୀୟ ପ୍ରବାହ ହ୍ରାସ ପାଇବାର କୌଣସି ସଙ୍କେତ ଦେଖା ଯାଉ ନ ଥିବାରୁ ସଂକ୍ରମଣ ରୋକିବା ଲାଗି ତ୍ବରିତ୍ବ ପଦକ୍ଷେପସ୍ବରୂପ ଭାରତରେ ଅଳ୍ପ କେତେ ସପ୍ତାହ ଲାଗି ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା କରିବା ଲାଗି ଆମେରିକାର ମୁଖ୍ୟ ମହାମାରୀବିତ୍ ଡାକ୍ତର ଆନ୍ଥୋନି ଫାଉଚି ପ୍ରସ୍ତାବ ଦେଇଛନ୍ତି।

publive-image Image Courtesy of NDTV

‘ଦି ଇଣ୍ଡିଆନ୍‌ ଏକ୍ସପ୍ରେସ୍‌’ ସହ ସାକ୍ଷାତ୍‌କାର ସମୟରେ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ମୁଖ୍ୟ ଡାକ୍ତରୀ ପରାମର୍ଶଦାତା ଡାକ୍ତର ଆନ୍ଥୋନି ଫାଉଚି କହିଛନ୍ତି, ଏହା ବ୍ୟତିରେକେ, ତୁରନ୍ତ ଆବଶ୍ୟକ ହେଉଥିବା ଅନ୍ୟାନ୍ୟ ମୁଖ୍ୟ ସାମଗ୍ରୀ ସବୁ ହେଲା, ଅକ୍ସିଜେନ୍‌, ଔଷଧପତ୍ର ଏବଂ ପି.ପି.ଇ. ଯୋଗାଣ ଚାଲୁରଖିବା। ସଙ୍କଟର ଗମ୍ଭୀରତାକୁ ଲକ୍ଷ୍ୟ କରି ସେ ଆହୁରି ମଧ୍ୟ କହିଛନ୍ତି ଯେ, ପରିସ୍ଥିତିର ମୁକାବିଲା କରି ସବୁ ଜିନିଷକୁ ସୁବ୍ୟବସ୍ଥିତ କରାଇବା ପାଇଁ ଭାରତ ଏକ ‘କ୍ରାଇସିସ୍‌ ଗ୍ରୁପ୍‌’ ଗଠନ କରିବା ଆବଶ୍ୟକ।

publive-image Image Courtesy of The Indian Express

କୌଣସି ସରକାରଙ୍କ ନାଁ ନ ଧରି ସେ କହିଲେ ଯେ, ସମ୍ଭବତଃ ସମୁଚ୍ଚିତ ସମୟର ବହୁ ପୂର୍ବରୁ ବିଜୟ ଘୋଷଣା କରାଯାଇଛି। ସେ ଯାହାହେଉ, ପ୍ରକୃତ କଥା ହେଲା ଆପଣମାନେ ଗୋଟାଏ ଜିନିଷ କରିବା ଜରୁରୀ। ଆପଣମାନେ ସାମୟିକ ଭାବେ ଦେଶରେ ‘ସଟ୍‌ଡାଉନ୍‌’ ଘୋଷଣା କରିବା ଆବଶ୍ୟକ। ମୋ ବିଚାରରେ ତାହାହିଁ ଗୁରୁତ୍ବପୂର୍ଣ୍ଣ।

ଡାକ୍ତର ଫାଉଚି ପୁଣି କହିଲେ, ୬ ମାସ ପାଇଁ ‘ଲକ୍‌ଡାଉନ୍‌’ ଲୋଡ଼ା ନାହିଁ। ସଂକ୍ରମଣ ଚକ୍ରର ପରିସମାପ୍ତି ପାଇଁ ସାମୟିକ ‘ଲକ୍‌ଡାଉନ୍‌’ ଆବଶ୍ୟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe