ଯୋଗେନ୍ଦ୍ର ଯାଦବଙ୍କୁ ଅଟକ ରଖିବା ସହ ମୋବାଇଲ୍‌ ଫୋନ୍‌ ଛଡ଼ାଇନେଲା ପୁଲିସ୍‌ : ଆନ୍ଦୋଳନକାରୀ ଚାଷୀଙ୍କୁ ଭେଟିବାକୁ ଦେଲା ନାହିଁ

ଯୋଗେନ୍ଦ୍ର ଯାଦବଙ୍କୁ ଅଟକ ରଖିବା ସହ ମୋବାଇଲ୍‌ ଫୋନ୍‌ ଛଡ଼ାଇନେଲା ପୁଲିସ୍‌ : ଆନ୍ଦୋଳନକାରୀ ଚାଷୀଙ୍କୁ ଭେଟିବାକୁ ଦେଲା ନାହିଁ

ଚେନ୍ନାଇ: ନିର୍ବାଚନ ବିଶ୍ଲେଷକରୁ ରାଜନୈତିକ ନେତା ବନିଥିବା ଯୋଗେନ୍ଦ୍ର ଯାଦବଙ୍କୁ ତାମିଲନାଡୁ ପୁଲିସ ଅଟକ ରଖିଛି। ଯାଦବ ତାମିଲନାଡୁର ତିରୁଆନ୍ନାମଲାଇଠାରେ ନିର୍ମାଣ କରାଯାଉଥିବା ଏକ ୮ ଧାଡ଼ି ବିଶିଷ୍ଟ ଚେନ୍ନାଇ ଏକ୍ସପ୍ରେସ୍‌ େଓ୍ଵ ନିର୍ମାଣ ବିରୋଧରେ ଆନ୍ଦୋଳନ ଚଳାଇଥିବା କୃଷକମାନଙ୍କୁ ଭେଟିବାକୁ ଯାଉଥିବା ବେଳେ ପୁଲିସ ତାଙ୍କୁ ବିନା କାରଣରେ ଅଟକ ରଖିଥିବା କଥା ଯାଦବ ଟ୍ଵିଟ୍‌ କରି ଜଣାଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ତାମିଲନାଡୁ ପୁଲିସ ତାଙ୍କ ଠାରୁ ଜୋର ଜବରଦସ୍ତ ମୋବାଇଲ୍‌ ଫୋନ୍‌ ଛଡାଇ ନେବା ସହ ତାଙ୍କୁ ଠେଲାପେଲା କରି ଏକ ପୁଲିସ ଭ୍ୟାନ୍‌ରେ ଭର୍ତ୍ତି କରିନେଇଥିଲା।

 ସ୍ୱରାଜ ଇଣ୍ଡିଆ ରାଜନୈତିକ ଦଳର ପ୍ରତିଷ୍ଠାତା ଯୋଗେନ୍ଦ୍ର ଯାଦବ ଟ୍ଵିଟ୍‌ କରି ଜଣାଇଛନ୍ତି କି ମୁଁ ଆନ୍ଦୋଳନରତ ଚାଷୀଙ୍କୁ ଭେଟିବା ପୂର୍ବରୁ ତିରୁଅନ୍ନାମଲାଇର ଜିଲ୍ଲାପାଳଙ୍କ ସହ ଫୋନ୍‌ ଯୋଗେ କଥାବାର୍ତ୍ତା ହୋଇଥିିଲି ଓ ପରିସ୍ଥିତି ବିଷୟରେ ଅବଗତ କରାଇଥିଲି। ଏଥି ସହ ପୁଲିସ ଚାଷୀଙ୍କ ପ୍ରତି କଠୋର ଆଚରଣ କରୁଛି ବୋଲି ଦର୍ଶାଇଥିଲି । ମାତ୍ର ଜିଲ୍ଲାପାଳ ଏହାକୁ ଭିତ୍ତିହୀନ ବୋଲି କହିଥିଲେ। ତାଙ୍କ ସହ ଫୋନ୍‌ରେ କଥା ହେବାର କିଛି ମିନିଟ୍‌ ପରେ ଆମକୁ ପୁଲିସ୍‌ ଅଟକ ରଖିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe