କଂଗ୍ରେସ ପ୍ରାର୍ଥୀଙ୍କୁ ଜୈସ ଏ ମହମ୍ମଦର ମୁଖ୍ୟ ମାସୁଦ୍‌ ଆଝାରର ଜ୍ୱାଇଁ ବୋଲି କହିଲେ ଯୋଗୀ ଆଦିତ୍ୟନାଥ

Advertisment
କଂଗ୍ରେସ ପ୍ରାର୍ଥୀଙ୍କୁ ଜୈସ ଏ ମହମ୍ମଦର ମୁଖ୍ୟ ମାସୁଦ୍‌ ଆଝାରର ଜ୍ୱାଇଁ ବୋଲି କହିଲେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସହାରନ ପୁରରେ କଂଗ୍ରେସ ପ୍ରାର୍ଥୀଙ୍କ ନାମ ନ ନେଇ ତାଙ୍କ ଉପରେ କଡ଼ା ଟିପ୍ପଣୀ ଦେଇଛନ୍ତି। ଯୋଗୀ ଆଦିତ୍ୟନାଥଙ୍କ କଂଗ୍ରେସ ପ୍ରାର୍ଥୀଙ୍କୁ ଜୈସ ଏ ମହମ୍ମଦର ମୁଖ୍ୟ ମାସୁଦ ଆଝାରର ଜ୍ୱାଇଁ ସହିତ ତୁଳନା କରିଛନ୍ତି। ଯୋଗୀ ଆଦିତ୍ୟନାଥ ସହାରନପୁର କଂଗ୍ରେସ ଲୋକସଭା ପ୍ରାର୍ଥୀ ଇମରାନ୍‌ ମାସୁଦଙ୍କ ଉପରେ କଡ଼ା ଟିପ୍ପଣୀ କରି କହିଛନ୍ତି ଯେ ମାସୁଦ୍‌ ଆଝାରର ଜଣେ ଜ୍ୱାଇଁ ସହାରନପୁରକୁ ଆସିଯାଇଛନ୍ତି, ଯିଏ କି ମାସୁଦ ଆଝାରର କଥା କହୁଛନ୍ତି। ଏଣୁ ଭୋଟରମାନେ ନିଷ୍ପତ୍ତି ନେବେ କି ସେମାନେ କାହାକୁ ଭୋଟ୍‌ ଦେବେ।

୨୦୧୪ ଲୋକସଭା ନିର୍ବାଚନରେ ସହାରନପୁରରୁ ଭାଜପା ପ୍ରାର୍ଥୀ ଲଖନ ପାଲ କଂଗ୍ରେସ ପ୍ରାର୍ଥୀ ମାସୁଦଙ୍କୁ ପରାଜିତ କରିଥିଲେ। ଯୋଗୀ ଆଦିତ୍ୟନାଥ ଆହୁରି ମଧ୍ୟ କହିଥିଲେ ଯେ ପୁରୁଣା ସରକାର ଆତଙ୍କବାଦୀମାନଙ୍କୁ ବିରିଆନି ଖୁଆଉଥିଲେ,କିନ୍ତୁ ମୋଦୀ ସରକାର ଆତଙ୍କବାଦୀ ମାନଙ୍କୁ ବୋମା ଓ ଗୁଳି ଖୁଆଉଛନ୍ତି। ଦିନେ ମାସୁଦ୍‌ ଆଝାରକୁ ମଧ୍ୟ ମାରିଦିଆଯିବ ବୋଲି ସେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe