ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌ ପାଉଡର୍‌ କର୍କଟ ସୃଷ୍ଟି କରୁଥିବା ଅଭିଯୋଗ, ୭୨ ମିଲିୟନ୍‌ ଡଲାର ଜରିମାନା ନିର୍ଦ୍ଦେଶ ଦେଲେ କୋର୍ଟ

ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌ ପାଉଡର୍‌ କର୍କଟ ସୃଷ୍ଟି କରୁଥିବା ଅଭିଯୋଗ, ୭୨ ମିଲିୟନ୍‌ ଡଲାର ଜରିମାନା ନିର୍ଦ୍ଦେଶ ଦେଲେ କୋର୍ଟ

ନୂଆଦିଲ୍ଲୀ: ଲୋକପ୍ରିୟ ଶିଶୁ ସାମଗ୍ରୀ କମ୍ପାନି ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌ ପାଉଡର୍‌ ବ୍ୟବହାର କରି ଜଣେ ବ୍ୟବହାରକାରୀ ଗର୍ଭାଶୟ କର୍କଟ(ଓଭାରିଆନ୍‌ କ୍ୟାନସର୍‌)ରୋଗର ଶିକାର ହୋଇଥିବା ଅଭିଯୋଗ ଆସିବା ପରେ ଆମେରିକାର ମିସୌରିଠାରେ ଥିବା କୋର୍ଟ କମ୍ପାନି ନାମରେ ୭୨ ମିଲିୟନ୍‌ ଡଲାର ଜରିମାନା ଘୋଷଣା କରିଛନ୍ତି।

publive-image

ମିସୌରିର ପୂର୍ବାଞ୍ଚଳ କୋର୍ଟ ମଙ୍ଗଳବାର ଏହି ଘୋଷଣା କରିଛନ୍ତି। ତେବେ, ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌ସ ବ୍ୟବହାର କରି ଗର୍ଭାଶୟ କର୍କଟ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା ଅଭିଯୁକ୍ତ ଜଣକ ହେଉଛନ୍ତି ବର୍‌ମିହାମ୍‌ର ଜାକ୍‌ଲିନ୍‌ ଫକ୍ସ(୬୨)। ସେ ଦୀର୍ଘ ୨୫ ବର୍ଷ ହେବ ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌ ବେବି ପାଉଡର୍‌ ବ୍ୟବହାର କରି ଆସୁଥିଲେ। ଏହି ପାଉଡର୍‌ ବ୍ୟବହାର ହେତୁ ତାଙ୍କର କର୍କଟ ହୋଇଥିବା ରିପୋର୍ଟରୁ ଜାଣିବାକୁ ମିଳିଥିଲା। ସେ ଶେଷରେ ୨୦୧୫ ମସିହାରୁ ମୃତ୍ୟୁ ବରଣ କରିଥିଲେ। ଗତ ୪ ମାସ ହେବ ଫକ୍ସଙ୍କ ମାମଲା ପୁଣି ଥରେ ସରଗରମ୍‌ ହୋଇଥିଲା। ଏହି ମାମଲାର ବିଚାର କରି ବିଚାପତି ଲିସା ଭ୍ୟାନ୍‌ ଆମ୍‌ରୁଜ୍‌ ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌ କମ୍ପାନି ଉପରେ ୭୨ ମିଲିୟନ୍‌ ଜରିମାନା ଘୋଷଣା କରିଛନ୍ତି। କମ୍ପାନି ଉପରେ ଏହା ହେଉଛି ପ୍ରଥମ ଜରିମାନା।

ଉଲ୍ଲେଖଯୋଗ୍ୟ, ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌ କମ୍ପାନି ବିରୋଧରେ ପୂର୍ବରୁ ଏହିପ୍ରକାର ୪,୮୦୦ ମାମଲା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe