୬୦ ହଜାର ସ୍ବେଚ୍ଛାସେବୀଙ୍କୁ ସିଙ୍ଗଲ୍‌-ସଟ୍ କୋଭିଡ୍ ଟିକା ଦେଇ ଚୂଡ଼ାନ୍ତ ଅଧ୍ୟୟନ କଲା ଜନ୍‌ସନ୍ସ ଆଣ୍ଡ୍‌ ଜନ୍‌ସନ୍ସ

Advertisment
୬୦ ହଜାର ସ୍ବେଚ୍ଛାସେବୀଙ୍କୁ ସିଙ୍ଗଲ୍‌-ସଟ୍ କୋଭିଡ୍ ଟିକା ଦେଇ ଚୂଡ଼ାନ୍ତ ଅଧ୍ୟୟନ କଲା ଜନ୍‌ସନ୍ସ ଆଣ୍ଡ୍‌ ଜନ୍‌ସନ୍ସ

Image Courtesy of Los Angeles Times

ଚିକାଗୋ: ବୁଧବାର ଦିନ ୬୦ ହଜାର ସ୍ବେଚ୍ଛାସେବୀଙ୍କୁ ସିଙ୍ଗଲ୍‌-ସଟ୍ କୋଭିଡ୍-୧୯ ଟିକା ଦେଇ ଜନ୍‌ସନ୍ସ ଆଣ୍ଡ୍‌ ଜନ୍‌ସନ୍ସ ଚୂଡ଼ାନ୍ତ ପରୀକ୍ଷା ଆରମ୍ଭ କରିଛି। ପ୍ରତିଦ୍ବନ୍ଦ୍ବୀ କମ୍ପାନିମାନଙ୍କ ନିୟୁତ ନିୟୁତ ଡବଲ୍‌-ଡୋଜ୍ ଟିକା ତୁଳନାରେ ଏହି ଟିକାର ବଣ୍ଟନ ପ୍ରକ୍ରିୟା ଅତି ସରଳ ବୋଲି ଆଶା କରାଯାଉଛି।

ଏ ବର୍ଷ ଶେଷ କିଂବା ଆସନ୍ତାବର୍ଷ ପ୍ରାରମ୍ଭରେ ଏହି ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷାର ଫଳାଫଳ ଜଣାପଡ଼ିବ ବୋଲି ଜନ୍‌ସନ୍ସ ଆଣ୍ଡ୍‌ ଜନ୍‌ସନ୍ସର ମୁଖ୍ୟ ବୈଜ୍ଞାନିକ ଅଧିକାରୀ ଡାକ୍ତର ପଲ୍ ଷ୍ଟୋଫେଲ୍ସ୍‌ ‘ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍‌ସ୍‌ ଅଫ୍ ହେଲ୍‌ଥ୍’ ଏବଂ ଟ୍ରମ୍ପ୍‌ ପ୍ରଶାସନର ମିଳିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

publive-image Image Courtesy of India Today

ଟେଲିଫୋନ୍ ଯୋଗେ କରାଯାଇଥିବା ସାକ୍ଷାତ୍‌କାରରେ ଜନ୍‌ସନ୍ସ ଆଣ୍ଡ୍‌ ଜନ୍‌ସନ୍ସ ଟିକା ପ୍ରସ୍ତୁତିରେ ସାହାଯ୍ୟ କରିଥିବା ହାର୍ଭାର୍ଡ ଟିକା ଗବେଷକ ଡାକ୍ତର ଡାନ୍ ବୁରୋସ୍ କହିଛନ୍ତି, ଗଣ ଟିକାକରଣ ଅଭିଯାନ ଏବଂ ବୈଶ୍ବିକ ମହାମାରୀ ନିୟନ୍ତ୍ରଣରେ ସିଙ୍ଗଲ୍‌-ସଟ୍ ଟିକା ଖୁବ୍ ଉପାଦେୟ।

ଡାକ୍ତର ପଲ୍ ଷ୍ଟୋଫେଲ୍ସ୍‌ କହିଛନ୍ତି, ବୁଧବାର ଦିନ ହୋଇଥିବା ତୃତୀୟ ପର୍ଯ୍ୟାୟ ପରୀକ୍ଷାର ପୁଙ୍ଖାନୁପୁଙ୍ଖ ବିବରଣୀ ଜନ୍‌ସନ୍ସ ଆଣ୍ଡ୍‌ ଜନ୍‌ସନ୍ସ ତା’ର ୱେବ୍‌ସାଇଟ୍‌ରେ ପ୍ରକାଶ କରିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯୁକ୍ତରାଷ୍ଟ୍ର ଆମେରିକା ଓ ବେଲ୍‌ଜିୟମ୍‌ରେ ୧ମ ଓ ୨ୟ ପର୍ଯ୍ୟାୟ ପରୀକ୍ଷାର ସଫଳତା ଦେଖି ଜନ୍‌ସନ୍ସ ଆଣ୍ଡ୍‌ ଜନ୍‌ସନ୍ସ ୩ୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ କରିଛି। କମ୍ପାନି ତୁରନ୍ତ ଏହି ପରୀକ୍ଷା ଫଳ ପ୍ରକାଶ କରିବାକୁ ଯୋଜନା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe