ନୂଆଦିଲ୍ଲୀ: ଦେଶର ୫ଟି ହାଇକୋର୍ଟର ୩୭ଜଣ ଅତିରିକ୍ତ ବିଚାରପତିଙ୍କ ସ୍ଥାୟୀ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ସୁପାରିସ୍ କରିଛନ୍ତି। ମୁଖ୍ୟ ବିଚାରପତି ଦୀପକ ମିଶ୍ର, ଜଷ୍ଟିସ ଜେ.ଚେଲମେଶ୍ୱର ଓ ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ଦ୍ୱାରା ଗଠିତ କଲେଜିୟମ୍ ଏହି ସୁପାରିସ୍ କରିଛନ୍ତି। ଏହି ଅତିରିକ୍ତ ବିଚାରପତି ଆହ୍ଲାବାଦ, ମୁମ୍ବାଇ, କେରଳ, ରାଜସ୍ଥାନ ଓ ଗୁଜରାଟ ହାଇକୋର୍ଟର ହୋଇଥିବା ଜଣାପଡ଼ିଛି। ଅପରପକ୍ଷେ, ବମ୍ବେ, ଗୁଜରାଟ ଓ ରାଜସ୍ଥାନ ହାଇକୋର୍ଟରେ ବିଚାରପତିଙ୍କୁ ନେଇ ବିଭିନ୍ନ ଅଭିଯୋଗ ଆସିଥିଲେ ସୁଦ୍ଧା ଏଥିରେ କୌଣସି ସତ୍ୟତା ନଥିବାର ପ୍ରମାଣ ମିଳିଛ ବୋଲି କଲେଜିୟମ ସ୍ପଷ୍ଟ କରିଛନ୍ତି। ଉଲ୍ଲେଖ ଥାଉ କି, ଏହା ପୂର୍ବରୁ ଉତ୍ତରାଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାରପତି କେ.ଏମ୍ ଜୋସେଫଙ୍କୁ ସୁପ୍ରିମକୋର୍ଟ ବିଚାରପତି ଏବଂ ବରିଷ୍ଠ ଆଇନ୍ଜୀବୀ ଇନ୍ଦୁ ମାଲହୋତ୍ରାଙ୍କୁ ହାଇକୋର୍ଟ ବିଚାରପତି ଭାବେ ନିଯୁକ୍ତ କରିବା ପାଇଁ କଲେଜିୟମ୍ ସୁପାରିସ କରିଥିବା ବେଳେ କେନ୍ଦ୍ର ଆଇନ୍ ମନ୍ତ୍ରାଳୟ ପକ୍ଷରୁ ଉକ୍ତ ନିଯୁକ୍ତି ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us