ସାମ୍ବାଦିକଙ୍କ ପାଖରେ ମନ୍ତ୍ରୀଙ୍କ ସେକ୍ସ ସିଡି

Advertisment
ସାମ୍ବାଦିକଙ୍କ ପାଖରେ ମନ୍ତ୍ରୀଙ୍କ ସେକ୍ସ ସିଡି

ରାୟପୁର: ଛତିଶଗଡ଼ ପୁଲିସ ବରିଷ୍ଠ ସାମ୍ବାଦିକ ବିନୋଦ ର୍ବମାଙ୍କୁ ଗାଜିଆବାଦରୁ ଗିରଫ କରିଛି। ଛତିଶଗଡ଼ର ଜଣେ ମନ୍ତ୍ରୀଙ୍କୁ ବଟି ଆଦାୟ ଏବଂ ନକଲି ସେକ୍ସ ସିଡି ବଜାରକୁ ଛାଡ଼ିବାକୁ ଧମକ ଦେବା ମାମଲାରେ ତାଙ୍କୁ ପୁଲିସ ଗିରଫ କରିଛି। ବର୍ମା ବିବିସି ପାଇଁ ପୂର୍ବରୁ କାର୍ଯ୍ୟ କରୁଥିଲେ ଏବଂ ଏବେ କଂଗ୍ରେସ ଦଳ ସହ ସଂପୃକ୍ତ ଅଛନ୍ତି। ବର୍ମାଙ୍କୁ ଇନ୍ଦିରାପୁରମ୍‌ ସ୍ଥିତ ତାଙ୍କ ବାସଭବନରୁ ଗିରଫ କରାଯିବା ପରେ କୋର୍ଟରେ ହାଜର କରାଯାଇଥିଲା। ତାଙ୍କୁ ପୁଲିସ ରିମାଣ୍ଡରେ ନେଇ ଜେରା ଚଳାଇଥିବା ବେଳେ ବର୍ମାଙ୍କ ଘରୁ ୫ ଶହ ସିଡି ଜବତ ହୋଇଛି। ବର୍ମା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ରାଜ୍ୟର ଜଣେ ବରିଷ୍ଠ ମନ୍ତ୍ରୀଙ୍କ ସେକ୍ସ ସିଡି ତାଙ୍କ ପାଖରେ ଥିବାରୁ ଏହି ମାମଲାକୁ ଦାବିବା ପାଇଁ ସରକାର ତାଙ୍କ ଉପରେ ଏଭଳି ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ବର୍ମାଙ୍କ ଗିରଫକୁ କଂଗ୍ରେସ ଦଳ ନିନ୍ଦା କରିବା ସହ ଏହା ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ ଆକ୍ରମଣ ବୋଲି କହିଛି। ବର୍ମା କହିଛନ୍ତି ଯେ ରାଜେଶ ମୁନତ ନାମକ ଜଣେ ବ୍ୟକ୍ତି ତାଙ୍କୁ ଏହି ସିଡି ଦେଇଥିଲେ। ଛତିଶଗଡ଼ କଂଗ୍ରେସ ସଭାପତି ତଥା ବିଧାୟକ ଭୂପେଶ ବଘେଲ ସାମ୍ବାଦିକ ବର୍ମାଙ୍କ ଘନିଷ୍ଠ ସଂପର୍କୀୟ ହୋଇଥିବାରୁ ରାଜନୀତି ସରଗରମ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe