ଇରାନର ଅଭିଯୋଗ: ମହସା ଆମିନୀଙ୍କ ମୃତ୍ୟୁ ଘଟଣାର ରିପୋର୍ଟ କରିଥିବା ସାମ୍ବାଦିକ ସିଆଇଏ ଗୁପ୍ତଚର

Advertisment
ଇରାନର ଅଭିଯୋଗ: ମହସା ଆମିନୀଙ୍କ ମୃତ୍ୟୁ ଘଟଣାର ରିପୋର୍ଟ କରିଥିବା ସାମ୍ବାଦିକ ସିଆଇଏ ଗୁପ୍ତଚର

East Coast Daily English

ତେହରାନ : ଇରାନରେ ୨୧ ବର୍ଷୀୟା ମହସା ଆମିନୀଙ୍କ ହାଜତ ମୃତ୍ୟୁ ଘଟଣାର ପ୍ରଥମ ଖବର ପ୍ରସାରଣ କରିଥିବା‌ ୨ ସାମ୍ବାଦିକଙ୍କୁ ଇରାନ୍‌ ଆମେରିକାର ସିଆଇଏ (ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସି) ଗୁପ୍ତଚର ବୋଲି ଦାବି କରିଛି। ୨ ଜଣ ସାମ୍ବାଦିକ ନିଲୁଫର ହାମେଦି ଏବଂ ଏଲାହେ ମହମ୍ମଦି ପ୍ରଥ‌ମେ ମହସା ଆମିନୀଙ୍କ ମୃତ୍ୟୁ ଖବର ରିପୋର୍ଟ କରିଥିଲେ। ହ‌ିଜାବ ପିନ୍ଧିନଥିବାରୁ ତାଙ୍କୁ ଗିରଫ କରାଯାଇଥିଲା। ହାଜତରେ ଥିବାବେଳେ ତାଙ୍କର ମୃତ୍ୟୁ ହୋଇଥିଲା।

ତେବେ ଏହି ଖବର ପ୍ରଥମେ ରିପୋର୍ଟ କରିଥିବା ୨ ସାମ୍ବାଦିକ ଆମେରିକାର ଗୁଇନ୍ଦା ସଂସ୍ଥା ସିଆଇଏ ପାଇଁ କାମ କରୁଥିଲେ ବୋଲି ଇରାନ୍‌ର ଆଭ୍ୟନ୍ତରୀଣ ମନ୍ତ୍ରାଳୟ ପକ୍ଷରୁ ଦାବି ହୋଇଛି। ଉକ୍ତ ୨ ସାମ୍ବାଦିକଙ୍କୁ ଇରାନ୍‌ର ଇଭିନ କାରାଗାରରେ ରଖାଯାଇଛି। ସେପ୍ଟେମ୍ବର ୧୬ରେ ଆମିନୀଙ୍କ ହାଜତ ମୃତ୍ୟୁ ହେବା ପରଠାରୁ ଇରାନ‌ରେ ୬ ସପ୍ତାହ ପର୍ଯ୍ୟନ୍ତ ଆନ୍ଦୋଳନ ହୋଇଥିଲା। ଆମିନୀଙ୍କ ମୃତ୍ୟୁ ପରେ ଇରାନରେ ହୋଇଥିବା ଆନ୍ଦୋଳନ ପାଇଁ ଇରାନ ସରକାର ସିଆଇଏ, ମୋସାଦ ଏବଂ ପଶ୍ଚିମ ଗୁଇନ୍ଦା ସଂସ୍ଥା ମାନଙ୍କୁ ଦାୟୀ କରିଛି। ରିପୋର୍ଟ ଅନୁଯାୟୀ ନିଲୁଫର ହାମେଦୀ ନିଜକୁ ଜଣେ ସାମ୍ବାଦିକ ଭାବେ ଛଳନା କରିଥିଲେ ଏବଂ ଆମିନୀଙ୍କ ପରିବାର ସଦସ୍ୟଙ୍କୁ ସେମାନଙ୍କ ଝିଅର ମୃତ୍ୟୁ ଖବର ଜାରି କରିବାପାଇଁ ବାଧ୍ୟ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe