Image Grabbed from Video
ନୂଆଦିଲ୍ଲୀ: ଚୀନ୍ ସରକାର ଲାଗୁ କରିଥିବା କଠୋର କୋଭିଡ୍ କଟକଣା ବିରୋଧରେ ସଙ୍ଘାଇରେ ଚାଲିଥିବା ପ୍ରତିବାଦ ଉପରେ ରିପୋର୍ଟ କରୁଥିବା ‘ବିବିସି’ର ଜଣେ ସାମ୍ବାଦିକଙ୍କୁ ଚୀନା ପୁଲିସ ମାଡ଼ ମାରି ଗିରଫ କରିଥିବା କଥା ରବିବାର ଦିନ ‘ବିବିସି’ କହିଛି।
‘ବିବିସି’ ରିପୋର୍ଟ ଅନୁସାରେ, ସଙ୍ଘାଇରେ ଚାଲିଥିବା ପ୍ରତିବାଦ ରାଲିରୁ ତଥ୍ୟ ସଂଗ୍ରହ କରୁଥିବା ବେଳେ ‘ବିବିସି’ ସାମ୍ବାଦିକଙ୍କୁ ହାତକଡ଼ି ପକାଯାଇଥିଲା। କିନ୍ତୁ, କିଛି ସମୟ ପରେ ତାଙ୍କୁ ଛାଡ଼ି ଦିଆଗଲା।
Image Courtesy of India Todayଏ ସଂକ୍ରାନ୍ତରେ ପ୍ରତିକ୍ରିୟା ବ୍ୟକ୍ତ କରି ‘ବ୍ରିଟିସ୍ ପବ୍ଲିକ୍ ସର୍ଭିସ୍ ବ୍ରଡ୍କାଷ୍ଟର୍’ର ଜଣେ ମୁଖପାତ୍ର କହିଛନ୍ତି, ଆମ ସାମ୍ବାଦିକ ଏଡ୍ ଲରେନ୍ସ୍ଙ୍କ ପ୍ରତି କରାଯାଇଥିବା ବ୍ୟବହାର ଯୋଗୁଁ ‘ବିବିସି’ ଖୁବ୍ ଚିନ୍ତିତ। ସଙ୍ଘାଇ ପ୍ରତିବାଦ ସମୟରେ ତଥ୍ୟ ସଂଗ୍ରହ କରୁଥିବା ବେଳେ ତାଙ୍କୁ ହାତକଡ଼ି ପକାଇ ଗିରଫ କରାଯାଇଥିଲା।
‘ବ୍ରିଟିସ୍ ବ୍ରଡ୍କାଷ୍ଟିଙ୍ଗ୍ କର୍ପୋରେସନ୍’ (ବିବିସି) କହିଛି, ଏଥିପାଇଁ ଚୀନ୍ ପୁଲିସ ଅଧିକାରୀ ଆମ ନିକଟରେ ଔପଚାରିକ ଭାବେ କୌଣସି କୈଫିୟତ୍ ଦେଇ ନାହାନ୍ତି କି, ଚୀନା ସରକାରୀ କର୍ତ୍ତୃପକ୍ଷ କ୍ଷମାପ୍ରାର୍ଥନା କରିନାହାନ୍ତି। ଓଲଟି ଚୀନା ସରକାରୀ ଅଧିକାରୀମାନେ କହିଛନ୍ତି ଯେ, ଜନଗହଳିରେ ବୁଲି କୋଭିଡ୍-୧୯ରେ ଆକ୍ରାନ୍ତ ହେବାର ସମ୍ଭାବନା ଥିବାରୁ ତାଙ୍କ ଭଲ ପାଇଁ ତାଙ୍କୁ ଗିରଫ କରାଯାଇଥିଲା। ପରେ ଅବଶ୍ୟ ତାଙ୍କୁ ଛାଡ଼ି ଦିଆଯାଇଛି।
ଉଲ୍ଲେଖଯୋଗ୍ୟ, ଚୀନ୍ ‘ଜିରୋ-କୋଭିଡ୍ ପଲିସି’ ବିରୋଧରେ ଅସଂଖ୍ୟ ଜନତା ରବିବାର ଦିନ ବେଜିଙ୍ଗ୍ ଏବଂ ସଙ୍ଘାଇର ବାଟଘାଟରେ ପ୍ରବଳ ପ୍ରତିବାଦ କରିଥିଲେ।
Follow Us