ତ୍ରିପୁରାର ସାମ୍ବାଦିକଙ୍କୁ ଅପହରଣ ପରେ ହତ୍ୟା

ତ୍ରିପୁରାର ସାମ୍ବାଦିକଙ୍କୁ ଅପହରଣ ପରେ ହତ୍ୟା
ଅଗ୍ରତାଲା: କିଛି ଦିନ ପୂର୍ବରୁ ବରିଷ୍ଠ ସାମ୍ବାଦିକା ତଥା ସାମାଜିକ କର୍ମୀ ଗୌରୀ ଲଙ୍କେଶଙ୍କୁ ବାଙ୍ଗାଲୋରରେ ଦୁର୍ବୃତ୍ତମାନେ ଗୁଳିକରି ହତ୍ୟା କରିଥିବା ଘଟଣା ଥମି ନଥିଲା ବେଳେ ପୁଣି ଜଣେ ସାମ୍ବାଦିକଙ୍କୁ ହତ୍ୟା କରାଯାଇଥିବା ଖବର ସମ୍ନାକୁ ଆସିଛି। ତ୍ରିପୁରାର ଏକ ସ୍ଥାନୀୟ ନ୍ୟୁଜ ଚ୍ୟାନେଲର ଜଣେ ସାମ୍ବାଦିକଙ୍କୁ ଦୁର୍ବୃତ୍ତମାନେ ଅପହରଣ କରିବା ପରେ ହତ୍ୟା କରିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ଶାନ୍ତନୁ ଭୌମିକ ଯେତେବେଳେ ପଶ୍ଚିମ ତ୍ରିପୁରା ଜିଲ୍ଲାର ଇଣ୍ଡିଜିନସ୍‌ ପିପୁଲ୍‌ସ ପ୍ରଂଟ ଅଫ ତ୍ରିପୁରା (ଆଇପିଏଫଟି)ର ଆନ୍ଦୋଳନ ଉପରେ ଖବର ସଂଗ୍ରହ କରୁଥିଲେ, ସେତେବେଳେ ଘଟଣାସ୍ଥଳରୁ ଦୁର୍ବୃତ୍ତ ତାଙ୍କୁ ଅପହରଣ କରିନେଇଥିଲେ । ଶାନ୍ତନୁଙ୍କ ଅପହରଣ ଖବର ପ୍ରଘଟ ହେଲାବେଳକୁ ଦୁର୍ବୃତ୍ତ ତାଙ୍କୁ ଛୁରୀରେ ଆକ୍ରମଣ କରିସାରିଥିଲେ।  ଗୁରୁତରବସ୍ଥାରେ ଶାନ୍ତନୁଙ୍କୁ ଅଗରତାଲା ମେଡ଼ିକାଲ କଲେଜ ହସ୍ପିଟାଲକୁ ନିଆଯାଇଥିଲା,  କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe