ବିହାରରେ ସାମ୍ବାଦିକଙ୍କ ପୁଅକୁ ହତ୍ୟା

ବିହାରରେ ସାମ୍ବାଦିକଙ୍କ ପୁଅକୁ ହତ୍ୟା

zeenews.india.com

ପାଟଣା: ବିହାରର ହରନୌତ ପୋଲିସ ଥାନା ଅନ୍ତର୍ଗତ ହାସନପୁର ଗ୍ରାମରେ ଜଣେ ସାମ୍ବାଦିକଙ୍କ ପୁଅକୁ ହତ୍ୟା କରାଯାଇଛି। ଏହାର ତଦନ୍ତ ପାଇଁ ସ୍ୱତନ୍ତ୍ର ଅନୁସନ୍ଧାନ ଦଳ ଗଠନ କରାଯାଇଥିବା ବେଳେ ଏହି ମାମଲାରେ ୫ ଜଣକୁ ଅଟକ ରଖାଯାଇଛି। ‘ଦୈନିକ ହିନ୍ଦୁସ୍ଥାନ’ର ନାଳନ୍ଦା ବ୍ୟୁରୋ ମୁଖ୍ୟ ଆଶୁତୋଷ ଆର୍ଯ୍ୟାଙ୍କ ୧୫ ବର୍ଷୀୟ ପୁଅ ଅଶ୍ୱିନୀ କୁମାର ରବିବାରଠାରୁ ନିରୁଦ୍ଦିଷ୍ଟ ଥିଲେ। ଆଶୁତୋଷ ସହରରେ ରହୁଥିବା ବେଳେ ତାଙ୍କ ପୁଅ ବୁଢ଼ୀମାଙ୍କ ସହ ଗାଁରେ ରହୁଥିଲେ। ଗ୍ରାମବାସୀ ଖୋଜାଖୋଜି କରି ଅଶ୍ବିନୀଙ୍କ ଶବକୁ ଏକ ପୋଖରୀରୁ ଉଦ୍ଧାର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe