Image Courtesy of Hindustan Times
ନୂଆଦିଲ୍ଲୀ: ଦିଲ୍ଲୀର ସାମ୍ବାଦିକ ରାଜୀବ ଶର୍ମା ଜଡ଼ିତ ଗୁପ୍ତଚର ଚକ୍ରରେ ସମ୍ପୃକ୍ତି ଅଭିଯୋଗରେ ଜଣେ ଚୀନ୍ ମହିଳା ଓ ଜଣେ ନେପାଳୀ ପୁରୁଷଙ୍କୁ ଗିରଫ କରାଯାଇଥିବା କଥା ଶନିବାର ଦିନ ଦିଲ୍ଲୀ ପୁଲିସ କହିଛି। ଚୀନ୍କୁ ଗୋପନୀୟ ସୂଚନା ହସ୍ତାନ୍ତର କରିଥିବା ଅଭିଯୋଗରେ ରାଜୀବ ଶର୍ମାଙ୍କୁ ପୂର୍ବରୁ ଗିରଫ କରାଯାଇଛି।
ଚୀନ୍ ଲାଗି ଗୁପ୍ତଚରଗିରି କରୁଥିବା ପିତମପୁରର ଶର୍ମାଙ୍କୁ ଗିରଫ କରାଯାଇଥିବା କଥା ଶୁକ୍ରବାର ରାତିରେ ପୁଲିସ ସୁନିଶ୍ଚିତ କରିଥିଲା। ଶର୍ମାଙ୍କ ବିରୋଧରେ ପୁଲିସ ‘ଅଫିସିଆଲ୍ ସିକ୍ରେଟ୍ସ୍ ଆକ୍ଟ’ (ଓଏସ୍ଏ) ମାମଲା ରୁଜୁ କରିଛି। ଚୀନ୍ ଓ ନେପାଳୀ ନାଗରିକଙ୍କୁ ମଧ୍ୟ ‘ଓଏସ୍ଏ’ରେ ଗିରଫ କରାଯାଇଥିବା କଥା ପୋଲିସ୍ ସ୍ପେସାଲ୍ ସେଲ୍ର ଡେପୁଟି କମିସନର୍ ସଞ୍ଜୀବ କୁମାର ଯାଦବ କହିଛନ୍ତି।
Image Courtesy of Hindustan Timesଯାଦବ କହିଛନ୍ତି, ଚୀନ୍ ଗୁଇନ୍ଦାଙ୍କୁ ସ୍ପର୍ଶକାତର ସୂଚନା ହସ୍ତାନ୍ତର କରିବା କାରଣରୁ ମୁକ୍ତବୃତ୍ତ ସାମ୍ବାଦିକ ରାଜୀବ ଶର୍ମାଙ୍କୁ ସ୍ପେସାଲ୍ ସେଲ୍ ଗିରଫ କରିଛି। ସେଲ୍ କମ୍ପାନି ମାଧ୍ୟମରେ ଆସିଥିବା ବିପୁଳ ପରିମାଣର ଅର୍ଥ ଶର୍ମାଙ୍କୁ ଦେଇଥିବା କାରଣରୁ ଜଣେ ଚୀନ୍ ମହିଳା ଏବଂ ତାଙ୍କର ଜଣେ ନେପାଳୀ ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଛି। ବିପୁଳ ପରିମାଣର ଅର୍ଥ ବିନିମୟରେ ସ୍ପର୍ଶକାତର ସୂଚନା ଜଣାଇବାକୁ ଚୀନ୍ ଗୁଇନ୍ଦା ସେ ସାମ୍ବାଦିକଙ୍କୁ କାମରେ ଲଗାଇଥିଲେ। ଏଥିସହ ଗୁଡ଼ାଏ ମୋବାଇଲ୍ ଫୋନ୍, ଲ୍ୟାପ୍ଟପ୍ ଓ ଅନ୍ୟାନ୍ୟ ସାମଗ୍ରୀ ଉଦ୍ଧାର କରାଯାଇଛି।
Follow Us