ଅଧାରୁ ଝୁଣ୍ଟିଲାଣି ଅକ୍ସଫୋର୍ଡର କୋଭିଡ୍ ଟିକା, ମାଙ୍କଡ଼ଙ୍କ ଦେହରେ ରୋକିପାରିଲାନି ସଂକ୍ରମଣ

Advertisment
ଅଧାରୁ ଝୁଣ୍ଟିଲାଣି ଅକ୍ସଫୋର୍ଡର କୋଭିଡ୍ ଟିକା, ମାଙ୍କଡ଼ଙ୍କ ଦେହରେ ରୋକିପାରିଲାନି ସଂକ୍ରମଣ

Image Source: Deccan Herald

ନୂଆଦିଲ୍ଲୀ: ବ୍ରିଟେନ୍‌ର ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ଗବେଷକମାନଙ୍କ ଦ୍ବାରା ବିକଶିତ ସିଏଚ୍ଏଡିଓଏକ୍ସ୧ ନାମକ କୋଭିଡ୍-୧୯ ଟିକାର ପଶୁଙ୍କ ଠାରେ ନୈଦାନିକ ପରୀକ୍ଷଣ ବିଫଳ ହେବା ଘଟଣା ଚିକିତ୍ସାବିଜ୍ଞାନୀମାନଙ୍କୁ ହତୋତ୍ସାହିତ କରିଛି। ପୂର୍ବରୁ ମାଙ୍କଡ଼ମାନଙ୍କ ଠାରେ ଏହି ବହୁ ଚର୍ଚ୍ଚିଚ ଟିକାର ସଫଳ ପରୀକ୍ଷଣରେ ଉତ୍ସାହିତ ହୋଇ ଏହାର ଗବେଷକମାନେ ଗତ ଏପ୍ରିଲ ମାସରେ ବିଶ୍ବର ପ୍ରଥମ କୋଭିଡ୍ ଟିକା ଭାବେ ମନୁଷ୍ୟଙ୍କ ଶରୀରରେ ନୈଦାନିକ ପରୀକ୍ଷଣ ଆରମ୍ଭ କରିଦେଇଛନ୍ତି।

ଏପରିକି ଶୀଘ୍ର ଓ ସହଜରେ ଉପଲବ୍ଧ ହେବାକୁ ଥିବା ଆନ୍ତର୍ଜାତିକ ଔଷଧ କମ୍ପାନି ପିଫାଇଜର ଦ୍ବାରା ପ୍ରସ୍ତୁତ ଏହି ଟିକାର ଗଣପ୍ରସ୍ତୁତି ପାଇଁ ଭାରତର ପୁଣେ ସ୍ଥିତ ସିରମ୍ ଇନ୍‌ଷ୍ଟିଚ୍ୟୁଟ୍ ମଧ୍ୟ ଆନୁଷଙ୍ଗିକ ପ୍ରସ୍ତୁତି ଆରମ୍ଭ କରିଥିଲାା ମାତ୍ର 'ରିଜସ୍‌ ମାକାକ୍' ନାମକ ଏକ ସ୍ବତନ୍ତ୍ର ପ୍ରଜାତିର ପାତିମାଙ୍କଡ଼ଙ୍କ ଠାରେ ଏହାର ଦ୍ବିତୀୟ ପର୍ଯ୍ୟାୟ ପ୍ରୟୋଗ ବିଫଳ ହେବା ପରେ ଚିକିତ୍ସାବିଜ୍ଞାନୀମାନେ ଦ୍ବନ୍ଦରେ ପଡି଼ବା ସହ ପରବର୍ତ୍ତୀ ପଦକ୍ଷେପ ପାଇଁ ଉପାୟ ଖୋଜୁଛନ୍ତି। ସୂଚନା ଥାଉ କି, ପଶୁଙ୍କ ଶରୀରରେ ବ୍ୟାବହାରିକ ପରୀକ୍ଷଣ ସ୍ବରୂପ ଗବେଷକମାନେ ଗତ ଏପ୍ରିଲ ମାସରେ ଛଅଟି 'ରିଜସ୍‌ ମାକାକ୍' ଶ୍ରେଣୀର ପାତିମାଙ୍କଡ଼ଙ୍କ ଶରୀରରେ ଏହି ସିଏଚ୍ଏଡିଓଏକ୍ସ୧ ଟିକା ଚଡ଼ାଇଥିଲୋ ଏହାର ୨୮ ଦିନ ପରେ ସଂପୃକ୍ତ ମାଙ୍କଡ଼ମାନଙ୍କୁ କରୋନାଭୂତାଣୁ ସଂସ୍ପର୍ଶରେ ଅଣାଯାଇଥିଲା। ସେହିପରି ଟିକା ନେଇନଥିବା ଅନ୍ୟ ତିନିଟି 'ରିଜସ୍‌ ମାକାକ୍'ଙ୍କୁ ମଧ୍ୟ ଅନୁରୂପ ଭାବେ କରୋନାଭୂତାଣୁ ସଂସ୍ପର୍ଶରେ ଅଣାଯାଇଥିଲାା ତେବେ ଏହାର ସାତ ଦିନ ପରେ ସମସ୍ତଙ୍କର ନମୁନା ପରୀକ୍ଷଣରେ ପ୍ରତ୍ୟେକଙ୍କ ଶ୍ବାସନଳୀରେ କରୋନାଭୂତାଣୁ ମିଳିଥିଲାା ଯଦିଓ ଟିକା ନେଇଥିବା ମାଙ୍କଡ଼ମାନଙ୍କ ଶରୀରରେ ନିର୍ଦ୍ଦିଷ୍ଟ ବର୍ଗର ରୋଗପ୍ରତିରୋଧକ ବିକଶିତ ହୋଇଥିଲେ ବି କରୋନାଭୂତାଣୁ ସଂକ୍ରମଣରୁ କେହି ଜଣେ ବି ବର୍ତ୍ତିପାରିନଥିଲେ। ନୈଦାନିକ ପରୀକ୍ଷଣର ଅଦାବାଟରେ ଏହି ଟିକାର ଏପରି ବିଫଳତା ସମ୍ପର୍କରେ ଜଣାପଡି଼ବା ପରେ ଗବେଷକମାନେ ଏହାର କାରଣ ଖୋଜିବା ସହ ପରବର୍ତ୍ତୀ ପରୀକ୍ଷଣକୁ ବନ୍ଦ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe