ଅପରାଧୀ କେବେ ବି ନିଜ ଦୋଷ ସ୍ବୀକାର କରେ ନାହିଁ; ସୋନିଆ ଓ ରାହୁଲଙ୍କୁ ଇଡିର ନୋଟିସ ପରେ ଏଭଳି କହିଲେ ନଡ୍ଡା

Advertisment
ଅପରାଧୀ କେବେ ବି ନିଜ ଦୋଷ ସ୍ବୀକାର କରେ ନାହିଁ; ସୋନିଆ ଓ ରାହୁଲଙ୍କୁ ଇଡିର ନୋଟିସ ପରେ ଏଭଳି କହିଲେ ନଡ୍ଡା

ନୂଆଦିଲ୍ଲୀ: ‘ନ୍ୟାସ୍‌ନାଲ୍‌ ହେରାଲ୍‌ଡ୍‌’ ମାମଲାରେ କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ କଂଗ୍ରେସ ସାଂସଦ ରାହୁଲ୍‌ ଗାନ୍ଧୀଙ୍କୁ ଆଜି ପ୍ରବର୍ତ୍ତନ ନିର୍ଦେଶାଳୟ ସମନ୍‌ ଜାରି କରିଛି। ୨୦୧୫ରେ ଏହି ମାମଲାକୁ ପ୍ରବର୍ତ୍ତନ ନିର୍ଦେଶାଳୟ ବନ୍ଦ କରି ଦେଇଥିଲା। ଏ ସଂକ୍ରାନ୍ତରେ ପ୍ରତିକ୍ରିୟା ବ୍ୟକ୍ତ କରି କଂଗ୍ରେସକୁ ଟାର୍ଗେଟ କରିଛନ୍ତି ବିଜେପି ସାଂସଦ ଜେପି ନଡ୍ଡା। ଅପରାଧୀ କେବେ ବି ନିଜ ଦୋଷ ସ୍ବୀକାର କରେ ନାହିଁ ବୋଲି କହିଛନ୍ତି ଜେପି ନଡ୍ଡା।

ଭୋପାଳର ଏକ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଜେପି ନଡ୍ଡା କଂଗ୍ରେସ ନେତାଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, କୌଣସି ଅପରାଧୀ କେବେ ବି ନିଜ ଦୋଷ ସ୍ବୀକାର କରେ ନାହିଁ। ସେମାନେ (ସୋନିଆ-ରାହୁଲ ଗାନ୍ଧୀ) ନିଶ୍ଚିତ ଭାବରେ ଏହାକୁ ଅସ୍ୱୀକାର କରିବେ। ତାଙ୍କ ବିରୋଧରେ ଥିବା କାଗଜପତ୍ରଗୁଡ଼ିକ ହେଉଛି ତାଙ୍କ ଅପରାଧର ପ୍ରମାଣ। ଯଦି ଚାର୍ଜସିଟ୍ ଦାଖଲ ହୁଏ, ତେବେ ଏହାକୁ ବନ୍ଦ କରିବା ପାଇଁ ଆପଣ କୋର୍ଟଙ୍କ ନିକଟକୁ ଯିବେ, କିନ୍ତୁ ସେମାନେ ଜାମିନ ମାଗିଛନ୍ତି। ଏହାର ଅର୍ଥ ସେମାନେ ଦୋଷୀ।

ପୂର୍ବରୁ ଏ ସଂକ୍ରାନ୍ତରେ ପ୍ରତିକ୍ରିୟା ବ୍ୟକ୍ତ କରି କଂଗ୍ରେସ ନେତା ତଥା ବରିଷ୍ଠ ଆଡ୍‌ଭୋକେଟ୍‌ ଅଭିଷେକ ମନୁ ସିଙ୍ଗୱି କହିଥିଲେ, ବିରୋଧୀମାନଙ୍କୁ ଭୟଭୀତ କରିବା ଲାଗି ବିଜେପି ତା’ର ନିୟନ୍ତ୍ରଣାଧୀନ ତଦନ୍ତକାରୀ ଏଜେନ୍‌ସିମାନଙ୍କୁ ବ୍ୟବହାର କରୁଛି। ‘ନ୍ୟାସ୍‌ନାଲ୍‌ ହେରାଲଡ୍‌’ର ଇତିହାସ ସ୍ବାଧୀନତା ସମୟର। ମମତା ବାନାର୍ଜୀ, ଫାରୁକ୍‌ ଅବ୍ଦୁଲ୍ଲାଙ୍କ ଭଳି ସମସ୍ତ ବିରୋଧୀ ନେତାମାନେ କେନ୍ଦ୍ରୀୟ ଏଜେନ୍‌ସିଗୁଡ଼ିକ ଆକ୍ରମଣର ଶିକାର ହେଉଛନ୍ତି। ଲୋନ୍‌ ବା ଋଣକୁ ‘ଇକ୍ବିଟି’ରେ ପରିଣିତ କରି ସମସ୍ତ କମ୍ପାନି ବାଲାନ୍ସ ସିଟ୍‌ ପ୍ରସ୍ତୁତ କରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe