ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା: ଜେ ପି ନଡ୍ଡା କିମ୍ବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ମିଳିପାରେ ବିଜେପିର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ

Advertisment
ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା: ଜେ ପି ନଡ୍ଡା କିମ୍ବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ମିଳିପାରେ ବିଜେପିର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ

ନୂଆଦିଲ୍ଲୀ: କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ସରକାରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଯୋଗ ଦେବାନେଇ ବେଶ୍ କିଛି ଦିନ ହେବ ଚର୍ଚ୍ଚା ଜୋର ଧରିଛି। ଆହୁରି ବି କୁହାଯାଉଛି ଯେ ଯଦି ଅରୁଣ ଜେଟଲୀ ନିଜର ସ୍ବାସ୍ଥ୍ୟଗତ କାରଣରୁ ଏଥର ମନ୍ତ୍ରୀ ମଣ୍ଡଳରେ ସାମିଲ ନ ହୁଅନ୍ତି, ତେବେ ଶାହାଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନୂତନ ମନ୍ତ୍ରିମଣ୍ଡଳରେ ଅର୍ଥମନ୍ତ୍ରୀ କରାଯିବ। ଏହାପରେ କିଏ ହେବେ ବିଜେପିର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ, ତାକୁନେଇ ବି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହେଲାଣି।

ଟାଇମସ୍ ଅଫ୍ ଇଣ୍ଡିଆରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଅମିତ ଶାହାଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିଲେ କେନ୍ଦ୍ରସ୍ୱାସ୍ଥ୍ୟ ମନ୍ତ୍ରୀ ଜେ ପି ନଡ୍ଡା କିମ୍ବା ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ମିଳିପାରେ ।

publive-image photo--jansatta

ଏଦୁହେଁ ଅମିତ ଶାହାଙ୍କର ସବୁଠାରୁ ବିଶ୍ବସ୍ତ ହୋଇଥିବା ଯୋଗୁଁ ଶାହା ଏଦୁହିଁଙ୍କ ଭିତରୁ ଜଣକୁ ନିଜର ଉତ୍ତରାଧିକାରୀଭାବେ ଦେଖିବାକୁ ଚାହାଁନ୍ତି। ଏ ଦୁହିଁଙ୍କ ଭିତରୁ ଜଣଙ୍କ ନାମକୁ ସର୍ବସମ୍ମତିକ୍ରମେ ଫାଇନାଲ କରାଯିବ ବୋଲି ଚର୍ଚ୍ଚା ହେଉଛି। ବିଜେପିର ନୀତି ଅନୁସାରେ ଜଣେ ବ୍ୟକ୍ତିଙ୍କ ପାଖରେ କେବଳ ଗୋଟିଏ ପଦ ହିଁ ରହିବ । ଏଣୁ ଏହି ନୀତିକୁ ଦଳ କାୟମ ରଖିଲେ କେହି ଜଣେ ନୂଆ ବିଜେପିର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe