୨୮ରେ ବିଜେପି ରାଷ୍ଟ୍ରୀୟ ସଭାପତିଙ୍କ ଦିନିକିଆ ଓଡ଼ିଶା ଗସ୍ତ: ବ୍ରହ୍ମପୁରରେ ସାଧାରଣ ସଭାରେ ଦେବେ ଉଦବୋଧନ

Advertisment
୨୮ରେ ବିଜେପି ରାଷ୍ଟ୍ରୀୟ ସଭାପତିଙ୍କ ଦିନିକିଆ ଓଡ଼ିଶା ଗସ୍ତ: ବ୍ରହ୍ମପୁରରେ ସାଧାରଣ ସଭାରେ ଦେବେ ଉଦବୋଧନ

ଭୁବନେଶ୍ବର: ଆସନ୍ତା ୨୮ ତାରିଖରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ଓଡ଼ିଶା ଆସିବେ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପିର ପ୍ରାକ୍ତନ ସଭାପତି ସମୀର ମହାନ୍ତି।  ସେ କହିଛନ୍ତି, ଜେ.ପି ନଡ୍ଡା ୨୮ରେ ଦିନିକିଆ ଓଡ଼ିଶା ଗସ୍ତରେ ଆସି ବ୍ରହ୍ମପୁରରେ ଏକ ଜନସଭାରେ ଉଦବୋଧନ ଦେବେ। ତାପରେ ସେ ନବରଙ୍ଗପୁରକୁ ଯାଇ  ବିଜେପି କାର୍ଯ୍ୟକର୍ତ୍ତାମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

ଓଡ଼ିଶାରେ ଯେପରି ବିଜେପି ସରକାର ଗଠନ କରିବ ଏବଂ ୨୧ଟି ଲୋକସଭା ଆସନରେ ବିଜୟୀ ହେବ, ସେଥିପାଇଁ ଦଳର ପ୍ରଚାରର ମଙ୍ଗ ଧରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା। ଏହାବାଦ୍ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀମା‌ନେ ଓଡ଼ିଶାରେ ପ୍ରତି ଲୋକସଭା ଆସନରେ ଦୁଇରୁ ତିନିଟି ଲେଖାଏ ସାଧାରଣ ସଭାରେ ସମ୍ବୋଧିତ କରିବେ ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe