ୱକଫ୍‌ ବିଲ୍‌କୁ ଜେପିସିର ମଞ୍ଜୁରି: ସରକାରୀ ସଦସ୍ୟଙ୍କ ୧୪ ସଂଶୋଧନକୁ ଅନୁମୋଦନ

Advertisment

ୱକଫ୍‌ ବିଲ୍‌ରେ ସଂଶୋଧନକୁ ଆଜି ଯୁଗ୍ମ ସଂସଦୀୟ କମିଟି (ଜେପିସି) ବୈଠକରେ ମଞ୍ଜୁରି ମିଳିଛି। ବିଜେପି ନେତୃତ୍ବାଧୀନ ‌ଏନ୍‌ଡିଏ ସଦସ୍ୟମାନଙ୍କ ଦ୍ବାରା ଆଗତ ସମସ୍ତ ସଂଶୋଧନକୁ ଗ୍ରହଣ କରାଯାଇଛି।

ୱକଫ୍‌ ବିଲ୍‌ରେ ସଂଶୋଧନକୁ ଆଜି ଯୁଗ୍ମ ସଂସଦୀୟ କମିଟି (ଜେପିସି) ବୈଠକରେ ମଞ୍ଜୁରି ମିଳିଛି। ବିଜେପି ନେତୃତ୍ବାଧୀନ ‌ଏନ୍‌ଡିଏ ସଦସ୍ୟମାନଙ୍କ ଦ୍ବାରା ଆଗତ ସମସ୍ତ ସଂଶୋଧନକୁ ଗ୍ରହଣ କରାଯାଇଛି।

fhsfhhfs

ନୂଆଦିଲ୍ଲୀ: ୱକଫ୍‌ ବିଲ୍‌ରେ ସଂଶୋଧନକୁ ଆଜି ଯୁଗ୍ମ ସଂସଦୀୟ କମିଟି (ଜେପିସି) ବୈଠକରେ ମଞ୍ଜୁରି ମିଳିଛି। ବିଜେପି ନେତୃତ୍ବାଧୀନ ‌ଏନ୍‌ଡିଏ ସଦସ୍ୟମାନଙ୍କ ଦ୍ବାରା ଆଗତ ସମସ୍ତ ସଂଶୋଧନକୁ ଗ୍ରହଣ କରାଯାଇଛି। କିନ୍ତୁ ବିରୋଧୀ ସଦସ୍ୟଙ୍କ ଗୋଟିଏ ହେ‌ଲେ ସଂଶୋଧନ ପ୍ରସ୍ତାବକୁ ଗ୍ରହଣ କରାଯାଇନାହିଁ। ଏହାକୁ ‌ନେଇ ରାଜନୀତି ତେଜିଛି। ବୈଠକ ପରେ ଜେପିସି ଅଧ୍ୟକ୍ଷ ଜଗଦମ୍ବିକା ପାଲ୍‌ କହିଛନ୍ତି ମୋଟ ୪୪ଟି ସଂଶୋଧନ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ଦୀର୍ଘ ୬ ମାସ ଧରି ବିସ୍ତୃତ ଆଲୋଚନା ବେ‌ଳେ ଆମେ ସମସ୍ତ ସଦସ୍ୟଙ୍କ ଠାରୁ ସଂଶୋଧନ ପ୍ରସ୍ତାବ ମାଗିଥିଲୁ। ଆଜି ଚୂଡ଼ାନ୍ତ ବୈଠକ ଥିଲା। ସଂଖ୍ୟାଗରିଷ୍ଠତା ଆଧାରରେ ଆଜି ୧୪ଟି ସଂଶୋଧନକୁ କମିଟି ଗ୍ରହଣ କରିଛି। ବିରୋଧୀ ଦଳର ସଦସ୍ୟମାନେ ମଧ୍ୟ କେତେକ ସଂଶୋଧନ ପ୍ରସ୍ତାବ ଆଣିଥିଲେ। ଆମେ ସେସବୁ ପ୍ରସ୍ତାବ ଉପସ୍ଥାପନ କରିଥିଲୁ। କିନ୍ତୁ ସେସବୁ ସଂଶୋଧନ ସପକ୍ଷରେ ୧୦ଟି ଭୋଟ ମିଳିଥିବାବେଳେ ବିରୋଧରେ ୧୬ଟି ଭୋଟ୍‌ ମିଳିଥିଲା।  

ସରକାରୀ ସଦସ୍ୟଙ୍କ ୧୪ ସଂଶୋଧନକୁ ଅନୁମୋଦନ
ପ୍ରଶ୍ନ ଉଠାଇଲେ ବିରୋଧୀ

ବିରୋଧୀ ସଦସ୍ୟମାନେ ଜେପିସି ବୈଠକର କାର୍ଯ୍ୟକୁ ନେଇ ନେଇ ପ୍ରଶ୍ନ ଉଠାଇଛନ୍ତି। ଗାଣତାନ୍ତ୍ରିକ ପ୍ରକ୍ରିୟାକୁ ଜେପିସି ଅଧ୍ୟକ୍ଷ ଦଳିମକଚି ଦେଇଛନ୍ତି ବୋଲି ସେମାନେ ମତ ଦେଇଛନ୍ତି। ଏହା ଏକ ‌ଫାର୍ସ ଥିଲା। ଆମ କଥାକୁ ଶୁଣା ଯାଇନଥିଲା। ଅଧ୍ୟକ୍ଷ ପାଲ୍‌ ଏକଛତ୍ରବାଦୀ ଢଙ୍ଗରେ କାର୍ଯ୍ୟ କରିଥିଲେ ବୋଲି ଟିଏମ୍‌ସି ସାଂସଦ କଲ୍ୟାଣ ବାନାର୍ଜୀ କହିଛନ୍ତି। ପୂର୍ବରୁ ସେମାନେ ଯାହା ସ୍ଥିର କରି ଆସିଥିଲେ ତାହା ହିଁ କଲେ। ଆମକୁ କହିବା ପାଇଁ ସୁଯୋଗ ଦେଲେ ନାହିଁ। କ୍ଲଜ ଉପରେ ଗୋଟି ଗୋଟି କରି ଆଲୋଚନା ପାଇଁ ଆମେ ଚାହୁଥିଲୁ। ଗଣତନ୍ତ୍ର ପାଇଁ ଏହା ଏକ ଖରାପ ଦିନ ବୋଲି ଶ୍ରୀ ବାନାର୍ଜୀ କହିଛନ୍ତି। ତେବେ ଅଧ୍ୟକ୍ଷ ଶ୍ରୀ ପାଲ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ସବୁ କାର୍ଯ୍ୟ ଗାଣତାନ୍ତ୍ରିକ ଉପାୟରେ ହୋଇଥିଲା। ସଂଖ୍ୟାଗରିଷ୍ଠଙ୍କ ମତ ବଜାୟ ରହିଥିଲା। ଗତବର୍ଷ ଅଗଷ୍ଟରେ ୱକଫ୍‌ ସଂଶୋଧନ ବିଲ୍‌ ଜେପିସିକୁ ପଠାଯାଇଥିଲା। ଜେପିସି ଆସନ୍ତା ବଜେଟ୍‌ ଅଧିବେଶନରେ ତାର ରିପୋର୍ଟ ସଂସଦରେ ଉପସ୍ଥାପନ କରିବା ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe