ନୂଆଦିଲ୍ଲୀ: ରାଜ୍ୟର ଆଦିବାସୀ କଲ୍ୟାଣ କାର୍ଯ୍ୟକ୍ରମଗୁଡ଼ିକ ପାଇଁ କେନ୍ଦ୍ର ଆଦିବାସୀ ମନ୍ତ୍ରାଳୟ ମଞ୍ଜୁର କରୁଥିବା ଅର୍ଥରାଶିକୁ ରାଜ୍ୟ ସରକାର ଠିକ୍ ଭାବେ ଖର୍ଚ୍ଚ କରିପାରୁନାହାନ୍ତି। ଆଜି ନୂଆଦିଲ୍ଲୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ରାଜ୍ୟ ସରକାରଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ଆଦିବାସୀଙ୍କ ଉନ୍ନତି ପାଇଁ ପ୍ରତିବର୍ଷ ଓଡ଼ିଶାକୁ ୪ଶହରୁ ୬ଶହ କୋଟି ଟଙ୍କାର ଅର୍ଥ ବରାଦ୍ କରାଯାଉଥିବା ବେଳେ ଅର୍ଦ୍ଧାଧିକ ଟଙ୍କା ଖର୍ଚ୍ଚ ନହୋଇ ପଡ଼ି ରହୁଛି। ରାଜ୍ୟ ସରକାର ଅତି ବେଶୀରେ ୨ଶହ କୋଟି କିମ୍ବା ୨୫୦ କୋଟି ଟଙ୍କା ଖର୍ଚ୍ଚ କରିପାରୁଥିବା ସେ କହିଛନ୍ତି। ଏନେଇ କେନ୍ଦ୍ର ଆଦିବାସୀ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ବାରମ୍ବାର ପତ୍ର ଓ ରିମାଇଣ୍ଡର ଦିଆଯାଉଥିବା ବେଳେ କୌଣସି ଜବାବ୍ ନମିଳିବା ଦୁଃଖର ବିଷୟ ବୋଲି ସେ କହିଛନ୍ତି। ଚଳିତବର୍ଷର ବଜେଟରେ କେନ୍ଦ୍ରର ମନ୍ତ୍ରାଳୟକୁ ୬ହଜାର କୋଟି ଟଙ୍କାର ଅଧିକ ବ୍ୟୟବରାଦ କରାଯାଇଥିବାରୁ ଆଦିବାସୀ ବହୁଳ ଅଞ୍ଚଳରେ ଏକଲବ୍ୟ ମଲେଲ ଆବାସିକ ସ୍କୁଲ ପ୍ରତିଷ୍ଠା ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମଗୁଡ଼ିକ ହାତକୁ ନିଆଯିବ ବୋଲି ମନ୍ତ୍ରୀ ଓରାମ କହିଛନ୍ତି।
କେନ୍ଦ୍ର ଅର୍ଥକୁ ଖର୍ଚ୍ଚ କରିପାରୁନାହାନ୍ତି ରାଜ୍ୟ ସରକାର: ଜୁଏଲ
Advertisment
Follow Us