ବିଚାରପତି ଓ ପୁଅଙ୍କୁ ଅଟାରେ ବିଷ ଦେଇ ହତ୍ୟା, ତାନ୍ତ୍ରିକ ଓ ମହିଳାଙ୍କ ସମେତ ୬ ଗିରଫ

Advertisment
ବିଚାରପତି ଓ ପୁଅଙ୍କୁ ଅଟାରେ ବିଷ ଦେଇ ହତ୍ୟା, ତାନ୍ତ୍ରିକ ଓ ମହିଳାଙ୍କ ସମେତ ୬ ଗିରଫ

Job Vacancy

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ଏକ ଅଭାବନୀୟ ଘଟଣାକ୍ରମରେ ବିଷ ମିଶ୍ରିତ ଅଟାରୁ ତିଆରି ହୋଇଥିବା ପରଟା ଖାଇ ଜଣେ ବିଚାରପତି ଏବଂ ତାଙ୍କ ପୁଅଙ୍କର ମୃତ୍ୟୁ ହୋଇଯାଇଛି। ବିଚାରପତି ଏବଂ ତାଙ୍କ ପୁଅଙ୍କୁ ବିଷ ଦେଇଥିବା ଅଭିଯୋଗରେ ଜଣେ ମହିଳା ଏବଂ ଜଣେ ତାନ୍ତ୍ରିକଙ୍କ ସମେତ ୬ ଜଣ ଗିରଫ ହୋଇଛନ୍ତି। ବେତୁଲ୍‌ ଜିଲ୍ଲା କୋର୍ଟ‌୍ର ବିଚାରପତି ମହେନ୍ଦ୍ର ତ୍ରିପାଠୀ ଏବଂ ତାଙ୍କ ୩୩ ବର୍ଷୀୟ ପୁଅଙ୍କର ଗତ ରବିବାର ଦିନ ମୃତ୍ୟୁ ହୋଇଯାଇଛି। ମିଳିଥିବା ସୂଚନାନୁଯାୟୀ ଗିରଫ ହୋଇଥିବା ମହିଳାଙ୍କ ନାମ ସନ୍ଧ୍ୟା ସିଂହ। ସେ ଏକ ଏନ୍‌ଜିଓର ପରିଚାଳନା କରୁଛନ୍ତି । ବିଚ‌ାରପତି ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ସେ ଟାର୍ଗେଟ୍‌ କରିଥିଲେ। ସେମାନଙ୍କୁ ମାରିବାପାଇଁ ସେ ଏକ ବଡ଼ ଚକ୍ରାନ୍ତ କରିଥିଲେ। ମହିଳା ଜଣଙ୍କ ବିଚାରପତିଙ୍କ ଘରେ ତନ୍ତ୍ର ମନ୍ତ୍ର ଦ୍ବାରା ଶାନ୍ତି ବଜାୟ ରଖିବାପାଇଁ ଏକ ପୂଜା କରିବାକୁ କହିଥିଲେ। ଏଥିପାଇଁ ସେ ବିଚାରପତିଙ୍କ ମନ‌ରେ ବିଶ୍ବାସ ଜନ୍ମାଇଥିଲେ।

ଏହି ପୂଜାରେ ଏକ ଅଟା ବ୍ୟବହାର କରାଯାଇଥିଲା। ମହିଳା ଜଣଙ୍କ ଏହି ଅଟା ବିଚାରପତିଙ୍କୁ ଦେଇ ଏଥିରୁ ଖାଦ୍ୟ ପ୍ରସ୍ତୁତ କରିବାକୁ କହିଥିଲେ। ବିଚାରପତି ଏବଂ ତାଙ୍କର ୨ ପୁଅ ଏହି ଅଟାରୁ ପ୍ରସ୍ତୁତ ପରଟା ଖାଇଥିଲେ। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ନାଗପୁର ହସ୍ପିଟାଲ୍‌ ନିଆଯାଇଥିଲା। କିନ୍ତୁ ବିଚାରପତିଙ୍କ ବଡ଼ ପୁଅ ନାଗପୁରରେ ପହଞ୍ଚିବା ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ଏବଂ ଏହାର ପରଦିନ ବିଚାରପତିଙ୍କ ମୃତ୍ୟୁ ହୋଇଯାଇଥିଲା। ବିଚାରପତିଙ୍କ ସାନ ପୁଅ ଆଶିଶ ମଧ୍ୟ ଏହି ପରଟା ଖାଇଥିଲେ, କିନ୍ତୁ ସେ ସୁସ୍ଥ ହୋଇଯାଇଛନ୍ତି। ଗିରଫ ହୋଇଥିବା ମହିଳାଙ୍କ କାର୍‌ରୁ ତନ୍ତ୍ର ମନ୍ତ୍ର ସାମଗ୍ରୀ ଏବଂ ପୁସ୍ତକ ଜବତ ହୋଇଛି। ମହିଳା ଜଣଙ୍କ ବିଚାରପତିଙ୍କୁ ମାରିବାପାଇଁ ଯେଉଁ ତାନ୍ତ୍ରିକର ସହଯୋଗ ନେଇଥିଲେ ତାକୁ ମଧ୍ୟ ଗିରଫ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe