ଉନ୍ନାଓ ଦୁଷ୍କର୍ମ ମାମଲା: ପୀଡ଼ିତାଙ୍କ ରେକର୍ଡ ବୟାନ କରିବାକୁ ଏମ୍‌ସରେ ପହଞ୍ଚିଲେ ସ୍ୱତନ୍ତ୍ର ବିଚାରପତି

Advertisment
ଉନ୍ନାଓ ଦୁଷ୍କର୍ମ ମାମଲା: ପୀଡ଼ିତାଙ୍କ ରେକର୍ଡ ବୟାନ କରିବାକୁ ଏମ୍‌ସରେ ପହଞ୍ଚିଲେ ସ୍ୱତନ୍ତ୍ର ବିଚାରପତି

(PTI file photo)

ଉନ୍ନାଓ: ଦୁଷ୍କର୍ମ ଅଭିଯୋଗରେ ୨୦୧୭ ମସିହାରେ ବହିଷ୍କୃତ ହୋଇଥିବା ବିଧାୟକ କୁଳଦୀପ ସିଂହ ସେନ୍‌ଗରଙ୍କ ବିରୋଧରେ ବୟାନ ରେକର୍ଡ କରିବା ପାଇଁ ଦିଲ୍ଳୀ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିବାକୁ ଦିଲ୍ଲୀର ଏମ୍‌ସଠାରେ ପହଞ୍ଚିଛନ୍ତି ସ୍ୱତନ୍ତ୍ର ବିଚାରପତି। ଶୁଣାଣି ପାଇଁ ଅଭିଯୁକ୍ତ ସେନ୍‌ଗରଙ୍କୁ ମଧ୍ୟ ଏମ୍‌ସକୁ ନିଆଯାଇଛି। ତାଙ୍କ ସହ ତାଙ୍କ ସହ-ଅଭିଯୁକ୍ତ ଶଶୀ ସିଂହଙ୍କୁ ମଧ୍ୟ ଏମ୍‌ସକୁ ନିଆଯାଇଥିବା ସୂଚନା ରହିଛି। କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, କ୍ୟାମେରା-ଜରିଆରେ ଉନ୍ନାଓ ପୀଡ଼ିତାଙ୍କ ବୟାନ ସଂଗ୍ରହ କରିବାକୁ ଏମ୍‌ସଠାରେ ଏକ ଅସ୍ଥାୟୀ ଅଦାଲତ ଗଠନ କରାଯାଇଛି।

publive-image DNA India

ଦୁଷ୍କର୍ମ ପରେ ଜୁଲାଇ ୨୮ ତାରିଖରେ ଏକ ସଡ଼କ ଦୁର୍ଘଟଣାରେ କ୍ଷତାକ୍ତ ହେବା ପରେ ଉନ୍ନାଓ ଦୁଷ୍କର୍ମ ପୀଡ଼ିତା ହସ୍ପିଟାଲ୍‌ରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ଊକ୍ତ ଦୁର୍ଘଟଣା ବି ଏକ ଷଡ଼ଯନ୍ତ୍ର ବୋଲି ପୀଡ଼ିତା ଓ ତାଙ୍କ ସଂପର୍କୀୟ ଅଭିଯୋଗ ଆଣିଛନ୍ତି। ହସ୍ପିଟାଲ୍‌ରେ ଗଠିତ ଅଦାଲତରେ କ୍ୟାମେରାରେ ରେକର୍ଡ ବୟାନକୁ ଗଣମାଧ୍ୟମ କିମ୍ବା ସର୍ବସାଧାରରେ ପ୍ରକାଶ କରାଯାଇ ପାରିବ ନାହିଁ। ତାହାକୁ ଗୋପନ ରଖିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୧୭ ମସିହାରେ ସହ-ଅଭିଯୁକ୍ତ ଶଶୀ ସିଂହଙ୍କ ସହ ମିଶି ବିଧାୟକ ସେନ୍‌ଗର ଦୁଷ୍କର୍ମ କରିଥିବା ପୀଡ଼ିତା ଅଭିଯୋଗ ଆଣିଥିଲେ। ସେତେବେଳେ ପୀଡ଼ିତା ନାବାଳିକା ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe