ଟ୍ରମ୍ପ୍‌ଙ୍କ ଦାବିକୁ ‘ଫ୍ରାଙ୍କେନ୍‌ଷ୍ଟାଇନ୍‌ ଦାନବ’ ସହ ତୁଳନା କଲେ ବିଚାରପତି

Advertisment
ଆତ୍ମ-କ୍ଷମା ପାଇଁ ବିଚାର କରୁଛନ୍ତି ଟ୍ରମ୍ପ୍‌! ବାଇଡେନ୍‌ଙ୍କ ଶପଥ ଗ୍ରହଣ ଉତ୍ସବରେ ଟ୍ରମ୍ପ୍‌ ସାମିଲ ହେବେନାହିଁ

Image Courtesy of The Times of Israel

ୱାସିଂଟନ: ଆମେରିକା ରାଷ୍ଟ୍ରପତି ର୍ନିବାଚନରେ ପେନ୍‌ସିଲଭାନିଆରେ ବଡ଼ ଧରଣର ଜାଲିଆତି ହୋଇଥିବା ଅଭିଯୋଗ ଆଣି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଯେଉଁ ମକଦ୍ଦମା କରିଥିଲେ ତାହାକୁ ସଂଘୀୟ ବିଚାରପତି ମାଥ୍ୟୁ ବ୍ରାଉନ୍‌ ଖାରଜ କରିଦେଇଛି। ଟ୍ରମ୍ପ୍‌ ଲୋକଙ୍କ ଭୋଟ୍‌ ଦେବାର ଅଧିକାର ଉପରେ ଆକ୍ରମଣ କରିବାକୁ ଚାହୁଛନ୍ତି ଏବଂ ସେଭଳି କରିବାର ଅଧିକାର ତାଙ୍କର ନାହିଁ ବୋଲି ବିଚାରପତି କହିଛନ୍ତି। ଏହା ସହିତ ଲକ୍ଷାଧିକ ଲୋକଙ୍କ ଭୋଟ୍‌ ନାକଚ ପାଇଁ ଟ୍ରମ୍ପ୍‌ଙ୍କ ଦାବିକୁ ବିଚାରପତି ‘ଫ୍ରାଙ୍କେନ୍‌ଷ୍ଟାଇନ୍‌ର ଦାନବ’ ସହିତ ତୁଳନା କରିଛନ୍ତି। ‘ଫ୍ରାଙ୍କେନ୍‌ଷ୍ଟାଇନ୍‌ର ଦାନବ’ ହେଉଛି ଏକ କାଳ୍ପନିକ ଚରିତ୍ର ଯାହାକି ପ୍ରଥମେ ମେରି ସେଲିଙ୍କ ଏକ ଉପନ୍ୟାସରେ ଚିତ୍ରଣ ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ଏହାକୁ ନେଇ ଅନେକ ଚଳଚ୍ଚିତ୍ର ମଧ୍ୟ ନିର୍ମାଣ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe