ବିଶ୍ୱର ସବୁଠାରୁ ଦୟାଳୁ ବିଚାରପତିଙ୍କ ଦେହାନ୍ତ, କିଏ ଥିଲେ ଏହି ବିଚାରପତି ? ୮୮ ବର୍ଷ ବୟସରେ ଯିଏ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି

Advertisment

ଆମେରିକାର ଲୋକପ୍ରିୟ ବିଚାରପତି ଏବଂ ରିଆଲିଟି କୋର୍ଟ ଟିଭି ସୋ 'କଟ୍ ଇନ୍ ପ୍ରୋଭିଡେନ୍ସ' ମାଧ୍ୟମରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଫ୍ରାଙ୍କ କାପ୍ରିଓଙ୍କ ୮୮ ବର୍ଷ ବୟସରେ ପରଲୋକ ହୋଇଯାଇଛି।

ଆମେରିକାର ଲୋକପ୍ରିୟ ବିଚାରପତି ଏବଂ ରିଆଲିଟି କୋର୍ଟ ଟିଭି ସୋ 'କଟ୍ ଇନ୍ ପ୍ରୋଭିଡେନ୍ସ' ମାଧ୍ୟମରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଫ୍ରାଙ୍କ କାପ୍ରିଓଙ୍କ ୮୮ ବର୍ଷ ବୟସରେ ପରଲୋକ ହୋଇଯାଇଛି।

Frank Caprio

ନୂଆଦିଲ୍ଲୀ: ଆମେରିକାର ଲୋକପ୍ରିୟ ବିଚାରପତି ଏବଂ ରିଆଲିଟି କୋର୍ଟ ସୋ' 'କଟ୍ ଇନ୍ ପ୍ରୋଭିଡେନ୍ସ'ର ଷ୍ଟାର ଫ୍ରାଙ୍କ କାପ୍ରିଓ, ଯିଏ ସାରା ବିଶ୍ୱରେ ପରିଚିତି ପାଇଥିଲେ ତାଙ୍କର ୮୮ ବର୍ଷ ବୟସରେ ମୃତ୍ୟୁ ଘଟିଛି। ଦୀର୍ଘ ସମୟ ଧରି କର୍କଟ ରୋଗ ସହିତ ଲଢ଼ୁଥିବା କାପ୍ରିଓ ସାହସର ସହିତ ରୋଗର ସାମ୍ନା କରିଥିଲେ, କିନ୍ତୁ ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ। ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ୍ ଆକାଉଣ୍ଟରୁ ସେୟାର କରାଯାଇଥିବା ଏକ ପୋଷ୍ଟ ମାଧ୍ୟମରେ ତାଙ୍କ ମୃତ୍ୟୁର ଖବର ଦିଆଯାଇଛି ।

ଫ୍ରାଙ୍କ କାପ୍ରିଓଙ୍କୁ ସାରା ବିଶ୍ୱର ଲୋକମାନେ ମନେ ରଖିଛନ୍ତି କାରଣ ସେ ତାଙ୍କ କୋର୍ଟ ରୁମକୁ ନ୍ୟାୟ ଓ ମାନବିକତାର ଏକ ଉଦାହରଣ କରିଥିଲେ। ଛୋଟ ଛୋଟ ମାମଲାରେ ତାଙ୍କର କରୁଣାପୂର୍ଣ୍ଣ ମନୋଭାବ, ଗରିବ ଓ ସମସ୍ୟାଗ୍ରସ୍ତ ପରିବାରକୁ ଆଶ୍ୱସ୍ତି ଦେଉଥିବା ତାଙ୍କ ନିଷ୍ପତ୍ତି ପ୍ରାୟତଃ ଇଣ୍ଟରନେଟରେ ଭାଇରାଲ ହେଉଥିଲା। ଯେତେବେଳେ ଅନେକ ଟ୍ରାଫିକ୍ ଉଲ୍ଲଂଘନକାରୀ ତାଙ୍କ କୋର୍ଟକୁ ଆସୁଥିଲେ, କାପ୍ରିଓ ସେମାନଙ୍କୁ ଦଣ୍ଡ ଦେବା ପରିବର୍ତ୍ତେ ସେମାନଙ୍କ ପରିସ୍ଥିତିକୁ ବୁଝୁଥିଲେ ଏବଂ ଅନେକ ଥର ଦଣ୍ଡ ମଧ୍ୟ ଛାଡ଼ କରିଥିଲେ। ଏହି ସମ୍ବେଦନଶୀଳ ଓ ମାନବୀୟ ନିଷ୍ପତ୍ତି ତାଙ୍କୁ ବିଶ୍ୱରେ ପରିଚିତ କରିଥିଲା।

୧୯୩୬ ମସିହାରେ ରୋଡ ଆଇଲ୍ୟାଣ୍ଡର ପ୍ରୋଭିଡେନ୍ସରେ ଜନ୍ମଗ୍ରହଣ କରିଥିବା କାପ୍ରିଓ କିଛି ଦଶନ୍ଧି ଧରି ମ୍ୟୁନିସିପାଲ୍ ଜଜ୍ ଭାବରେ କାର୍ଯ୍ୟ କରିଥିଲେ। କିନ୍ତୁ ଯେତେବେଳେ ତାଙ୍କ କୋର୍ଟ ସୋ' ଟିଭିରେ ପ୍ରସାରିତ ହେବା ଆରମ୍ଭ ହେଲା ସେତେବେଳେ ସେ ପ୍ରକୃତ ଲୋକପ୍ରିୟତା ପାଇଥିଲେ। 'କଟ୍ ଇନ୍ ପ୍ରୋଭିଡେନ୍ସ' ୨୦୧୮ ରୁ ୨୦୨୦ ମଧ୍ୟରେ ଜାତୀୟ ସ୍ତରରେ ପ୍ରସାରିତ ହୋଇଥିଲା ଏବଂ ସୋ’ଟି ଅନେକ ଡେ ଟାଇମ୍ ଏମି ପୁରସ୍କାର ପାଇଁ ମନୋନୀତ ହୋଇଥିଲା। ଶୋ’ର ମୌଳିକ ବାର୍ତ୍ତା ଥିଲା ଯେ ନ୍ୟାୟ କେବଳ ଦଣ୍ଡ ଦେବା ପର୍ଯ୍ୟନ୍ତ ସୀମିତ ହେବା ଉଚିତ୍ ନୁହେଁ, ବରଂ ଏଥିରେ ଦୟା, ସମ୍ମାନ ଓ ମାନବିକ ମର୍ଯ୍ୟାଦା ଅନ୍ତର୍ଭୁକ୍ତ ହେବା ଉଚିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe