ନୂଆଦିଲ୍ଲୀ: ରୁଟିନ୍ କୋର୍ଟରୁମ୍ ପର୍ଯ୍ୟବେକ୍ଷଣକୁ ନେଇ ବିଚାରପତିମାନଙ୍କୁ ଟାର୍ଗେଟ୍ କରାଯାଉଥିବାରୁ ସୁପ୍ରିମ୍କୋର୍ଟର ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ କହିଛନ୍ତି ଯେ ବିଚାରପତିମାନଙ୍କୁ ଭୟଭୀତ କରାଯାଇପାରିବ ନାହିଁ। ପାଞ୍ଚ ଜଣ ରୋହିଙ୍ଗ୍ୟା ପ୍ରବାସୀଙ୍କ ନିଖୋଜ ମାମଲାରେ ନିକଟରେ ଦେଇଥିବା ମନ୍ତବ୍ୟକୁ ନେଇ ସମାଲୋଚନା ମଧ୍ୟରେ ପ୍ରଧାନ ବିଚାରପତି କହିଛନ୍ତି ଯେ, ଜନସାଧାରଣଙ୍କ କ୍ରୋଧ କିମ୍ବା ନ୍ୟାୟିକ ମନ୍ତବ୍ୟକୁ କଦର୍ଥ କରିବାକୁ ଉଦ୍ୟମ ଦ୍ୱାରା ସେ ଭୟଭୀତ ହେବେ ନାହିଁ।
Education And Health: ଭଦ୍ରକରେ ପ୍ରତିଷ୍ଠା ହେବ ବିଶ୍ବବିଦ୍ୟାଳୟ, ମେଡିକାଲ କଲେଜ୍!
ପ୍ରତିକୂଳ ମନ୍ତବ୍ୟ ପ୍ରସଙ୍ଗ
missing students: ନିଖୋଜ ୩ ଛାତ୍ର ଛତିଆରୁ ଠାବ: ଶିକ୍ଷକଙ୍କୁ ଦାୟୀ କଲେ ଅଭିଭାବକ
ପ୍ରଧାନ ବିଚାରପତି କାନ୍ତ ଓ ଜଷ୍ଟିସ୍ ଜୟମାଲ୍ୟ ବାଗଚୀଙ୍କ ଖଣ୍ଡପୀଠ ଦୁଇଟି ଦୁଷ୍କର୍ମ ମାମଲାର ଶୁଣାଣି ବେଙ୍ଗାଲୁରୁର ଅନ୍ୟ ଜଣେ ବିଚାରପତିଙ୍କ ନିକଟକୁ ହସ୍ତାନ୍ତର କରିବାକୁ ପୂର୍ବତନ ଜେଡିଏସ୍ ସାଂସଦ ପ୍ରଜ୍ୱଲ ରେବନ୍ନାଙ୍କ ଆବେଦନର ଶୁଣାଣି କରୁଥିବା ବେଳେ ଏହି ମନ୍ତବ୍ୟ ଦେଇଛନ୍ତି। ରେବନ୍ନାଙ୍କ ଓକିଲ ଯୁକ୍ତି କରିଥିଲେ ଯେ ଟ୍ରାଏଲ ଜଜ୍ଙ୍କ ବିରୋଧରେ ବାରମ୍ବାର ଅଭିଯୋଗ ହେଉଥିବାରୁ ମାମଲା ସ୍ଥାନାନ୍ତର କରିବା ଉପଯୁକ୍ତ ପଦକ୍ଷେପ ହେବ। ତେବେ ଆବେଦନକୁ ଖାରଜ କରି ଖଣ୍ଡପୀଠ କହିଛନ୍ତି ଯେ ବିଚାରପତିଙ୍କ ବିରୋଧରେ ଅଭିଯୋଗ ଆଣିବା ପାଇଁ ଏପରି ପର୍ଯ୍ୟବେକ୍ଷଣ ଆଧାର ହୋଇପାରିବ ନାହିଁ। ବିଚାରପତିମାନେ ବେଳେବେଳେ ଭୁଲ କରନ୍ତି ବୋଲି ସ୍ୱୀକାର କରି ପ୍ରଧାନ ବିଚାରପତି କହିଛନ୍ତି, ବେଳେବେଳେ ଆମେ ଭୁଲ କରିଥାଉ, କିନ୍ତୁ ଆମେ ସେଗୁଡ଼ିକୁ ସଂଶୋଧନ କରିଥାଉ। ତେବେ କେହି ଯୋଜନାବଦ୍ଧ ଭାବେ ବିଚାରପତିମାନଙ୍କୁ ଟାର୍ଗେଟ୍ କରି ଭୟଭୀତ କରିବାକୁ ଚେଷ୍ଟାକଲେ ଏଥିରେ ସଫଳ ହୋଇପାରିବେ ନାହିଁ ବୋଲି ପ୍ରଧାନ ବିଚାରପତି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/13/adgdgdzv-2025-12-13-03-07-00.jpg)