ଘରୁ ନଗଦ ଟଙ୍କା ଜବତ ପରେ ପ୍ରତ୍ୟାହାର କରାଗଲା ଯଶୱନ୍ତ ବର୍ମାଙ୍କ ନ୍ୟାୟିକ ଦାୟିତ୍ୱ

ଦିଲ୍ଲୀ ହାଇକୋର୍ଟର ବିଚାରପତି ଯଶୱନ୍ତ ବର୍ମାଙ୍କ ଘରୁ ନଗଦ ଟଙ୍କା ଜବତ ପରେ ଏବେ ତାଙ୍କୁ ନ୍ୟାୟିକ ଦାୟିତ୍ୱରୁ ମୁକ୍ତ କରାଯାଇଛି। ଦିଲ୍ଲୀ ହାଇକୋର୍ଟ ସୋମବାର ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କଠାରୁ ତୁରନ୍ତ ନ୍ୟାୟିକ ଦାୟିତ୍ୱ ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି।

tyaswanttt

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟର ବିଚାରପତି ଯଶୱନ୍ତ ବର୍ମାଙ୍କ ଘରୁ ନଗଦ ଟଙ୍କା ଜବତ ପରେ ଏବେ ତାଙ୍କୁ ନ୍ୟାୟିକ ଦାୟିତ୍ୱରୁ ମୁକ୍ତ କରାଯାଇଛି। ଦିଲ୍ଲୀ ହାଇକୋର୍ଟ ସୋମବାର ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କଠାରୁ ତୁରନ୍ତ ନ୍ୟାୟିକ ଦାୟିତ୍ୱ ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି।

ମାର୍ଚ୍ଚ ୧୪, ୨୦୨୫ରେ ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଯଶବନ୍ତ ବର୍ମାଙ୍କ ସରକାରୀ ବାସଭବନରେ ଅଗ୍ନିକାଣ୍ଡ ସମୟରେ ଠାବ ହୋଇଥିବା ବିପୁଳ ନଗଦ ଟଙ୍କାକୁ ନେଇ ବିବାଦ ଗମ୍ଭୀର ହେବାରେ ଲାଗିଛି। ସୁପ୍ରିମ୍‌କୋର୍ଟ ଗତରାତିରେ ଏ ବାବଦ ଉପଲବ୍ଧ ତଥ୍ୟ ଓ ରିପୋର୍ଟ ସାର୍ବଜନୀନ କରିଥିବା ବେଳେ ଏଥି‌ପାଇଁ  ଯାଞ୍ଚ କମିଟି ମଧ୍ୟ ଗଠନ ହୋଇଛି। ସମଗ୍ର ମାମଲା ଉପରେ ଜଷ୍ଟିସ୍‌ ବର୍ମା କହିଛନ୍ତି ଯେ, ତାଙ୍କ କିମ୍ବା ତାଙ୍କ ପରିବାରର କେହି ଏହି ଟଙ୍କା ବିଷୟରେ ଜାଣି ନାହାନ୍ତି। ଏହି ଘଟଣା ତାଙ୍କ ଭାବମୂର୍ତ୍ତିକୁ ଖରାପ କରିବା ପାଇଁ ଏକ ଷଡ଼ଯନ୍ତ୍ର।

ତାଙ୍କ ବୟାନ ଅନୁଯାୟୀ, ଟଙ୍କା ସେ ରହୁଥିବା ମୁଖ୍ୟ କୋଠା ନୁହେଁ, ବରଂ ଏକ ଆଉଟହାଉସରୁ ମିଳିଛି। ସେ କିମ୍ବା ତାଙ୍କ ପରିବାରର ସଦସ୍ୟମାନେ କେବେ ଷ୍ଟୋରରୁମରେ କୌଣସି ଟଙ୍କା ରଖନ୍ତି ନାହିଁ।

Yashwant Varma | Judicial duties withdrawn

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe