ବିଭିନ୍ନ ହାଇକୋର୍ଟରେ ବିଚାରପତି ପଦ ପୂରଣ ମାମଲା: ‘ସୁପ୍ରିମ୍‌କୋର୍ଟ ଓକିଲଙ୍କୁ ନିଯୁକ୍ତି ଦିଆଯାଉ’

ପ୍ରଧାନ ବିଚାରପତିଙ୍କୁ ପତ୍ର ଲେଖିଲେ ସୁପ୍ରିମ୍‌କୋର୍ଟ ବାର୍‌ ଆସୋସିଏସନ୍‌

ଜିଲ୍ଲା ଜଜ୍ କ୍ୟାଡର୍‌କୁ ୧୮ ଜଣଙ୍କ ପଦୋନ୍ନତି

The Sunday Guardian

ନୁଆଦିଲ୍ଲୀ :ସୁପ୍ରିମ୍‌କୋର୍ଟରେ ଓକିଲାତି କରୁଥିବା ଆଇନଜୀବୀମାନଙ୍କୁ ହାଇକୋର୍ଟର ବିଚାରପତି ରୂପେ ନିଯୁକ୍ତି ଦେବା ଉପରେ ବିଚାର କରିବାପାଇଁ ସୁ୍ପ୍ରିମ୍‌କୋର୍ଟର ପ୍ରଧାନବିଚାରପତି ଜଷ୍ଟିସ୍‌ ଏନ୍‌.ଭି. ରମନ୍ନାଙ୍କୁ ସୁପ୍ରିମ୍‌କୋର୍ଟ ବାର୍‌ ଆସୋସିଏସନ୍‌(ଏସ୍‌ସିବିଏ)ର ଅଧ୍ୟକ୍ଷ ତଥା ବରିଷ୍ଠ ଆଇନଜୀବୀ ବିକାଶ ସିଂହ ପତ୍ର ଲେଖି ନିବେଦନ କରିଛନ୍ତି। ପ୍ରଧାନ ବିଚାରପତିଙ୍କୁ ଲେଖାଯାଇଥିବା ପତ୍ରର ନକଲ ସୁପ୍ରିମ୍‌କୋର୍ଟର ବରିଷ୍ଠ ବିଚାରପତିମାନଙ୍କୁ ମଧ୍ୟ ପ୍ରଦାନ କରାଯାଇଛି।

ଏହି ପତ୍ରରେ ସୁପ୍ରିମ୍‌କୋର୍ଟରେ ଓକିଲାତି କରୁଥିବା ଆଇନଜୀବୀମାନଙ୍କ ପାଖରେ ସିଭିଲ୍, ଆପରାଧିକ, ସାମ୍ବିଧାନିକ ଓ ବାଣିଜ୍ୟିକ ଆଇନ ସମ୍ବନ୍ଧିତ ସମସ୍ତ ପ୍ରକାର ପ୍ରସଙ୍ଗ ଉପରେ ଉତ୍ତମ ଅଭିଜ୍ଞତା ରହିଛି ବୋଲି ଉଲ୍ଲେଖ ରହିଛି। ଏହା ସତ୍ତ୍ବେ ଅନେକ ସମୟରେ ହାଇକୋର୍ଟ କଲେଜିୟମ୍‌ମାନଙ୍କ ଦ୍ବାରା ହାଇକୋର୍ଟରେ ନିୟମିତ ଭାବେ ଓକିଲାତି କରୁ ନ ଥିବା ଆଧାରରେ ବିଚାରପତିରୂପେ ପଦୋନ୍ନତି ପାଇଁ ବିଚାରକୁ ନିଆଯାଇ ନ ଥାଏ ବୋଲି ପତ୍ରରେ ଉଲ୍ଲେଖ କରାଯାଇଛି। ବୃତ୍ତିଗତ ରୂପେ ହାଇକୋର୍ଟର ସହଯୋଗୀମାନଙ୍କ ତୁଳନାରେ ସେମ‌ାନେ ମେଧାବୀ ହୋଇଥିବା ସତ୍ତ୍ବେ ସେମାନଙ୍କୁ ସୁଯୋଗ ମିଳି ନ ଥାଏ ବୋଲି ଏସ୍‌ସିବିଏ ଅଧ୍ୟକ୍ଷ ପତ୍ରରେ ଦର୍ଶାଇଛନ୍ତି। ହାଇକୋର୍ଟଗୁଡ଼ିକରେ ଖାଲି ପଡିଥିବ‌ା ବିଚାରପତି ପଦ ପୂରଣ କରିବା ପ୍ରସଙ୍ଗରେ ପ୍ରଧାନ ବିଚାରପତିଙ୍କ ସହ ଆଲୋଚନା କରିବା ପାଇଁ ସୁପ୍ରିମ୍‌କୋର୍ଟ ବାର୍‌ ଆସୋସିଏସନ୍‌ ପରିଚାଳନ‌ା କମିଟି ସମୟ ଲୋଡ଼ିଛି, ଯାହାଦ୍ବାରା ଏସ୍‌ସିବିଏ ହାଇକୋର୍ଟଗୁଡ଼ିକରେ ବିଚାରପତି ପଦ ପୂରଣ ପାଇଁ ସମସ୍ତ ସାମ୍ଭବ୍ୟ ସହଯୋଗ ପ୍ରଦାନ କରିବ ବୋଲି ପତ୍ରରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe