The Financial Express
ଯୋଧପୁର : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ରାଜସ୍ଥାନ ହାଇକୋର୍ଟର ନୂତନ ଭବନ ଉଦ୍ଘାଟନ ଅବସରରେ କହିଛନ୍ତି ଯେ ଦେଶରେ ନ୍ୟାୟ ବ୍ୟବସ୍ଥା ଏବେ ବି ବ୍ୟୟବହୁଳ ହୋଇ ରହିଥିବାରୁ ଏହା ସାଧାରଣ ଲୋକଙ୍କ ପାଇଁ ଅପହଞ୍ଚ ହୋଇ ରହିଛି। ନ୍ୟାୟ ଚାହୁଥିବା ସାଧାରଣ ଜନତା ଏଥିପାଇଁ ହାଇକୋର୍ଟ ଏବଂ ସୁପ୍ରିମ୍ କୋର୍ଟରେ ପହଞ୍ଚି ପାରୁନାହାନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି। ଭାରତର ସମ୍ବିଧାନରେ ସମସ୍ତଙ୍କ ପାଇଁ ନ୍ୟାୟ ବ୍ୟବସ୍ଥା ଉପଲବ୍ଧ କଥା ଉଲ୍ଲେଖ ଥିବା ବେଳେ ଦେଶର ଗରିବ ଜନତା ବ୍ୟୟବହୁଳ ନ୍ୟାୟ ବ୍ୟବସ୍ଥା ଯୋଗୁଁ ଏଥିରୁ ବଞ୍ଚିତ ହେଉଥିବା ଦେଖାଯାଉଛି। ଆଜି କୌଣସି ଗରିବ ବ୍ୟକ୍ତି ତାଙ୍କ ଆବେଦନ ନେଇ ଏଠାରେ ପହଞ୍ଚିଛନ୍ତି କି ବୋଲି ରାଷ୍ଟ୍ରପତି ସଭାରେ ପ୍ରଶ୍ନ କରିଥିଲେ।
Follow Us