ମୁମ୍ବାଇ: ‘ମହିନ୍ଦ୍ରା ଗ୍ରୁପ୍’ର ଅଧ୍ୟକ୍ଷ ଆନନ୍ଦ ଗୋପାଳ ମହିନ୍ଦ୍ରା ତାଙ୍କ ଟ୍ଵିଟ୍ରେ ଆକାଉଣ୍ଟ୍ରେ ଏକ ଟିକ୍ଟକ୍ ଭିଡିଓକୁ ପ୍ରଶଂସା କରି ଚର୍ଚ୍ଚା ପାଲଟିଛନ୍ତି। କବାଟ ବନ୍ଦ କରିବା ପାଇଁ କିପରି ଭାବେ ଏକ ପାଣି ବୋତଲକୁ ସାହାରା କରାଯାଇଛି ସେହି ଭିଡିଓଟିରେ ଦେଖିବାକୁ ମିଳିଛି। ଭିଡିଓଟିକୁ ତାଙ୍କ ଆକାଉଣ୍ଟ୍ରେ ସେୟାର୍ କରି ସୃଜନଶୀଳତା ପ୍ରଶଂସନୀୟ ବୋଲି ପ୍ରକାଶ କରିଛନ୍ତି ‘ମହିନ୍ଦ୍ରା ଗ୍ରୁପ୍’ର ଅଧ୍ୟକ୍ଷ। ବିଜିନେସ୍ ଟାଇକନ୍ ମହିନ୍ଦ୍ରା ଏହି ଭିଡିଓଟିକୁ ସେୟାର୍ କରିବା ପରେ ଭିଡିଓଟିକୁ ପରେ ପରେ ବହୁ ଟ୍ଵିଟର୍ ବ୍ୟବହାରକାରୀ ସେୟାର୍ କରିଛନ୍ତି।
ସେ ପୋଷ୍ଟ୍ କରି ଲେଖିଛନ୍ତି ଯେ କାହାର ସୃଜନଶୀଳତ ପାଇଁ ୧୫୦୦ ଟଙ୍କା ଲାଗୁଥିବା ‘ଡୋର୍ କ୍ଲୋଜର୍(କବାଟ ବନ୍ଦ କରିବାକୁ ଲାଗୁଥିବା ଖିଡ୍କି) ମାତ୍ର ୨ ଟଙ୍କାର ହୋଇ ପାରୁଛି। ଶେଷରେ ସେ ଲେଖିଛନ୍ତି ‘ଯୁଗାଡ଼ ତୋ ଝାକାସ୍’।’
Follow Us