ଜୁଲାଇ ୨୧-୨୨ରେ ‘ଚନ୍ଦ୍ରଯାନ-୨’ ପ୍ରକ୍ଷେପଣ ହୋଇପାରେ

Advertisment

ବେଙ୍ଗାଲୁରୁ: ‘ଚନ୍ଦ୍ରଯାନ-୨’ ପ୍ରକ୍ଷେପଣକୁ ନେଇ ଇସ୍ରୋ (ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ) ପକ୍ଷରୁ ଏଯାବତ୍‌ କିଛି ନୂଆ ତାରିଖ ଘୋଷଣା ହୋଇନାହିଁ। କିନ୍ତୁ ରକେଟ୍‌ରେ ଥିବା ତ୍ରୁଟି ସୁଧାରିବା ପାଇଁ ଯେଉଁ ଇଞ୍ଜିନିୟରମାନେ କାର୍ଯ୍ୟ କରୁଛନ୍ତି ସେମାନଙ୍କ ସୂତ୍ରରୁ ମିଳିଥିବା ଖବରରୁ ଜଣାପଡ଼ିଛି ଆସନ୍ତା ୨୧ କିମ୍ବା ୨୨ ତାରିଖ ସୁଦ୍ଧା‌ ‘ଚନ୍ଦ୍ରଯାନ-୨ ’ ପ୍ରକ୍ଷେପଣ ହୋଇପାରେ। ପୂର୍ବ ନିର୍ଦ୍ଧାରିତ ସମୟ ତଥା ଜୁଲାଇ ୧୫ରେ ଯେଉଁ ସମୟରେ ‘ଚନ୍ଦ୍ରଯାନ-୨’ର ପ୍ରକ୍ଷେପଣ ସମୟ ‌ରଖାଯାଇଥିଲା ସେହି ସମାନ ସମୟରେ ହିଁ ଚନ୍ଦ୍ରଯାନ-୨ ପ୍ର‌କ୍ଷେପଣ ହେବ ବୋଲି ଜଣାପଡ଼ିଛି। ଇସ୍ରୋର ଜଣେ ବରି‌ଷ୍ଠ ବୈଜ୍ଞାନିକ କହିଛନ୍ତି ସୋମବାର ସୁଦ୍ଧା ‘ଚନ୍ଦ୍ରଯାନ-୨’ର ପ୍ରକ୍ଷେପଣ ‌ହେବା ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe