ବିମାନବନ୍ଦର ଫ୍ଲାଇଓଭରରୁ ପଡ଼ି ଇଞ୍ଜିନିୟରଙ୍କ ମୃତ୍ୟୁ

Advertisment
ବିମାନବନ୍ଦର ଫ୍ଲାଇଓଭରରୁ ପଡ଼ି ଇଞ୍ଜିନିୟରଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ବେଙ୍ଗାଲୁରୁର ଏକ ଆଇଟି କମ୍ପାନୀରେ କାର୍ଯ୍ୟ କରୁଥିବା ଜଣେ ସଫ୍ଟେଓ୍ଵୟାର ଇଞ୍ଜିନିୟର ଆଜି ଚେନ୍ନାଇ ବିମାନବନ୍ଦରର ଫ୍ଲାଇଓଭରରୁ ତଳକୁ ଖସିପଡ଼ି ପ୍ରାଣ ହରାଇଛନ୍ତି। ୩୨ ବର୍ଷୀୟ ଉକ୍ତ ଆଇଟି ଇଞ୍ଜିନିୟର ଚୈତନ୍ୟ ଭୁୟୁରୁଙ୍କ ଘର ଆନ୍ଧ୍ରପ୍ରଦେଶର ବିଜୟଓ୍ଵାଡ଼ାରେ। ତେବେ ଏହା ଆତ୍ମହତ୍ୟା କି ଦୁର୍ଘଟଣା ଜନିତ ମୃତ୍ୟୁ ତା’ର କାରଣ ଜାଣିବାପାଇଁ ପୁଲିସ ତଦନ୍ତ ଆରମ୍ଭ କରିଦେଇଛି। ପ୍ରତ୍ୟକ୍ଷଦର୍ଶୀମାନଙ୍କ କହିିବା ଅନୁଯାୟୀ ଚୈତନ୍ୟ ଫ୍ଲାଇଓଭର୍‌ର ରେଲିଂ ଉପରେ ବସିଥିବାବେଳେ ସେ ତଳକୁ ଖସି ପଡ଼ିଥିଲେ। ଅନ୍ୟପକ୍ଷରେ ସିସିଟିଭି ଫୁଟେଜ୍‌ରୁ ଦେଖିବାକୁ ମିଳିଛି ଯେ ସେ ସେଲ୍ଫି ନେବାକୁ ଚେଷ୍ଟା କରୁଥିବାବେଳେ କିମ୍ବା ରେଲିଂ ଉପରେ ବସି କାହା ସହ କଥା ହେଉଥିବାବେଳେ ତଳକୁ ଖସି ପଡ଼ି ପ୍ରାଣ ହରାଇଛନ୍ତି। ତାଙ୍କ ନିକଟରେ ବ୍ୟାଗ୍‌ ନାହିଁ କି ବିମାନ ଟିକେଟ୍‌ ମଧ୍ୟ ନାହିଁ। ତେବେ ତାଙ୍କ ମୋବାଇଲ୍‌ ଫୋନ୍‌ରେ ଇ-ଟିକେଟ୍‌ ଥିବା ଅନୁମାନ କରାଯାଉଥିଲେ ମଧ୍ୟ ୧୦ ଫୁଟ୍‌ ଉଚ୍ଚରୁ ପଡ଼ିଯିବା ପରେ ତାଙ୍କ ଆପଲ ଆଇଫୋନ୍‌ଟି ଅଚଳ ହୋଇଯାଇଛି। ଅନ୍ୟପକ୍ଷରେ, ଆନ୍ଧପ୍ରଦେଶର ବାସିନ୍ଦା ଚୈତନ୍ୟଙ୍କର କାର୍ଯ୍ୟସ୍ଥଳ ବେଙ୍ଗାଲୁର ହୋଇଥିବା ବେଳେ ସେ କେଉଁ ପରିସ୍ଥିତିରେ ଚେନ୍ନାଇ ବିମାନବନ୍ଦର ଆସିଲେ ତା’ର ସ୍ପଷ୍ଟ କାରଣ ଜଣାପଡ଼ିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe