ବିଚାରଣ ଅନ୍ୟ ରାଜ୍ୟକୁ ସ୍ଥାନାନ୍ତର ହେବନାହିଁ: ସୁପ୍ରିମ୍‌କୋର୍ଟ

ସୁପ୍ରିମ୍‌କୋର୍ଟ ଆଜି ଆର୍‌ଜି କର ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ବିଚାରଣକୁ ପଶ୍ଚିମବଙ୍ଗରୁ ଅନ୍ୟ ରାଜ୍ୟକୁ ସ୍ଥାନାନ୍ତର କରିବାପାଇଁ ମନା କରିଦେଇଛନ୍ତି।   ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ...

supreme court1

ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟ ଆଜି ଆର୍‌ଜି କର ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ବିଚାରଣକୁ ପଶ୍ଚିମବଙ୍ଗରୁ ଅନ୍ୟ ରାଜ୍ୟକୁ ସ୍ଥାନାନ୍ତର କରିବାପାଇଁ ମନା କରିଦେଇଛନ୍ତି।   ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେବି ପାର୍ଦିୱାଲା ଏବଂ ମନୋଜ ମିଶ୍ରଙ୍କ ଖଣ୍ଡପୀଠ  ଏହି ମାମଲାର ଶୁଣାଣି କରୁଥିବା ବେଳେ ଖଣ୍ଡପୀଠଙ୍କ ନିକଟରେ ମାମଲାକୁ ପଶ୍ଚିମବଙ୍ଗରୁ ଅନ୍ୟ ରାଜ୍ୟକୁ ସ୍ଥାନାନ୍ତର କରିବାପାଇଁ ଅନୁରୋଧ କରାଯାଇଥିଲା। ତେବେ ଏହି  ମାମଲାକୁ ପଶ୍ଚିମବଙ୍ଗରୁ ଅନ୍ୟ ରାଜ୍ୟକୁ ସ୍ଥାନାନ୍ତର କରାଯିବ ନାହିଁ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଦେଇଛନ୍ତି।  ଶୁଣାଣି ସମୟରେ ଜଣେ ଓକିଲ ଖଣ୍ଡପୀଠଙ୍କୁ କହିଥିଲେ ଯେ ରାଜ୍ୟରେ  ବିଶୃଙ୍ଖଳ ସ୍ଥିତି ପାଇଁ ଏହି ମାମଲାକୁ ଅନ୍ୟ ରାଜ୍ୟକୁ ସ୍ଥାନାନ୍ତର କରାଯିବା ଉଚିତ। ଏହି ସମୟରେ ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ କହିଥିଲେ, କୋଲକାତା ମାମଲାରେ ଏଭଳି ହୋଇପାରିବ ନାହିଁ ବରଂ ଆମେ ମଣିପୁର କ୍ଷେତ୍ରରେ ଏହା କରିପାରିବୁ। 

ଆର୍‌ଜି କର ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲା

ଅନ୍ୟ ଜଣେ ଆଇନଜୀବୀ କହିଥିଲେ, ପଶ୍ଚିମବଙ୍ଗର ଲୋକମାନେ ନ୍ୟାୟପାଳିକା ଉପରୁ ସେମାନଙ୍କ ବିଶ୍ବାସ ହରାଇ ଦେଇଛନ୍ତି। ଏହି ସମୟରେ ସିଜେଆଇ ତାଙ୍କୁ ତାଗିଦ କରି କହିଥିଲେ, ଏଭଳି କଥାବାର୍ତ୍ତା ଗ୍ରହଣୀୟ ନୁହେଁ। ଆପଣ କାହାକୁ ଏଠାରେ ପ୍ରତିନିଧିତ୍ବ କରୁଛନ୍ତି ? ଏଭଳି ବେପରୁଆ ଟିପ୍ପଣୀ ରଖିପାରିବେ ନାହିଁ।  କ୍ୟାଣ୍ଟିନ୍‌ ଗୁଲିଖଟି ଏଠାରେ ଚଳିବ ନାହିଁ ବୋଲି ପ୍ରଧାନ ବିଚାରପତି କହିବା ସହ ଏ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଅନ୍ୟ ଜଣେ ଆଇନଜୀବୀ ଶୁଣାଣି ସମୟରେ କହିଥିଲେ ଯେ ସିବିଆଇ ଏହି ମାମଲାରେ ସଠିକ ତଦନ୍ତ କରୁନାହିଁ ବୋଲି ଅନୁଭବ ହେଉଛି। ଏ ନେଇ ପ୍ରଧାନ ବିଚାରପତି କହିଥିଲେ ଯେ ମାମଲାର ବିଚାରଣ କରୁଥିବା ଟ୍ରାଏଲ୍‌ କୋର୍ଟଙ୍କର ଏହି ମାମଲାରେ ପରବର୍ତ୍ତୀ ତଦନ୍ତ ନିର୍ଦ୍ଦେଶ ଦେବାର କ୍ଷମତା ରହିଛି। ସୁପ୍ରିମ୍‌କୋର୍ଟ ଟ୍ରାଏଲ୍‌ କୋର୍ଟଙ୍କ କ୍ଷମତାରେ ହସ୍ତକ୍ଷେପ କରି କୌଣସି ନିର୍ଦ୍ଦେଶ ପ୍ରଦାନ କରିପାରିବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe