ନୂଆଦିଲ୍ଲୀ: ଏକ ନୂତନ ପୁସ୍ତକରେ ରହିଥିବା ତଥ୍ୟରୁ ଜଣାପଡ଼ିଛି ଯେ ୧୮ ବର୍ଷ ତଳେ ପ୍ରିୟଙ୍କା ଚୋପ୍ରାଙ୍କୁ ମିସ୍ ଇଣ୍ଡିଆ ଟାଇଟଲ୍ ଦେବାପାଇଁ ଜଣେ ଜୁରି ସଦସ୍ୟ ଅନିଚ୍ଛା ପ୍ରକାଶ କରିଥିଲେ। ପ୍ରିୟଙ୍କା ମାତ୍ରାଧିକ ଶ୍ୟାମଳୀ ବୋଲି ସେ ଦର୍ଶାଇଥିଲେ। ୨୦୦୦ ମସିହାରେ ୧୭ ବର୍ଷୀୟା ପ୍ରିୟଙ୍କା ଉତ୍ତରପ୍ରଦେଶର ବରେଲିରେ ଅନୁଷ୍ଠିତ ଫେମିନା ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେଇଥିଲେ ଏବଂ ରନର୍ସ ଅପ୍ ହୋଇଥିଲେ। ଏହି ପ୍ରତିଯୋଗିତାରେ ଲାରା ଦତ୍ତ ମିସ୍ ଇଣ୍ଡିଆ ମୁକୁଟ ହାସଲ କରିଥିବା ବେଳେ ଦିୟା ମିର୍ଜା ଦ୍ୱିତୀୟ ରନର୍ସ ଅପ୍ ହୋଇଥିଲେ। ପ୍ରଦୀପ ଗୁହାଙ୍କ ଦ୍ୱାରା ଲିଖିତ ‘ପ୍ରିୟଙ୍କା ଚୋପ୍ରା: ଦି ଇନକ୍ରେଡିବଲ୍ ଷ୍ଟୋରି ଅଫ୍ ଏ ଗ୍ଲୋବାଲ ବଲିଉଡ୍ ଷ୍ଟାର୍’ ପୁସ୍ତକରେ ଏହି ତଥ୍ୟ ଉଲ୍ଲେଖ ରହିଛି। ଅନ୍ୟ ଜୁରି ସଦସ୍ୟ ପ୍ରିୟଙ୍କାଙ୍କୁ ବାଛିଥିଲେ ମଧ୍ୟ ଜଣେ ସଦସ୍ୟ ପ୍ରିୟଙ୍କାଙ୍କୁ ଅଧିକ ଶ୍ୟାମଳୀ ବୋଲି ଦର୍ଶାଇ ପସନ୍ଦ କରି ନ ଥିଲେ। ଏହି ତଥ୍ୟ ସାମ୍ନାକୁ ଅାସିବା ପରେ କିଏ ସେହି ବିଚାରକ ତାହା ଜାଣିବା ଲାଗି ଉତ୍ସୁକତା ପ୍ରକାଶ ପାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us