ଶ୍ବାସପ୍ରଶ୍ବାସ ଓ କଥାବାର୍ତ୍ତାରେ ବି କରୋନା ବ୍ୟାପୁଛି: ଆମେରିକା ବୈଜ୍ଞାନିକ

Advertisment
ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୨୫ ହଜାର ଟପିଲା, ଇଟାଲିରେ ଦିନକରେ ୧୦୦୦ ମୃତ୍ୟୁ

image Credit : China daily

ନୂଆଦିଲ୍ଲୀ: ଶ୍ବାସ ପ୍ରଶ୍ବାସ ଓ କଥାବାର୍ତ୍ତା ମାଧ୍ୟମରେ ବି କରୋନା ଭାଇରସ୍‌ ବ୍ୟାପୁଛି। ଏକ ଉଚ୍ଚସ୍ତରୀୟ ଆମେରିକା ବୈଜ୍ଞାନିକ ଗବେଷେଣା କମିଟି ପକ୍ଷରୁ ଏହ‌ା କୁହାଯାଇଛି। କରୋନା ଭାଇରସ୍‌ ବାୟୁବାହିତ ଏବଂ ଲୋକମାନଙ୍କ ମଧ୍ୟରେ ଅତି ସହଜରେ ବ୍ୟାପି ଯାଉଛି ବୋଲି ବୈଜ୍ଞାନିକମାନେ ମତ ଦେବାପରେ କରୋନାକୁ ନେଇ ରହିଥିବା ପୂର୍ବ ଧାରଣା ବଦଳିଯାଇଛି। ଏହାଦ୍ବାରା ଲୋକେ ସଂକ୍ରମିତ ବ୍ୟକ୍ତିଙ୍କ ଉପସ୍ଥିତିରେ କିମ୍ବା ସଂକ୍ରମଣ ହୋଇଥିବା ସ୍ଥାନରେ ଶ୍ବାସ ପ୍ରଶ୍ବାସ ନେଲେ ବି ସଂକ୍ରମିତ ହେବା ଆଶଙ୍କା ରହିଛି। କରୋନାକୁ ନେଇ ଏପର୍ଯ୍ୟନ୍ତ ଯେଉଁ ଗବେଷଣା‌ ହୋଇଛି ତାହା ସୀମିତ ଏବଂ ଏକ୍ଷେତ୍ରରେ ଆହୁରି ବ୍ୟାପକ ଗବେଷଣା ପରେ ହିଁ ସବିଶେଷ ତଥ୍ୟ ସାମ୍ନାକୁ ଆସିବ ବୋଲି ଆମେରିକାର ନ୍ୟାସନାଲ୍‌ ଏକାଡେମି ଅଫ୍‌ ସାଇନ୍ସ ବୈଜ୍ଞାନିକମାନେ କହିଛନ୍ତି। ଭାରତ ଭଳି ରାଷ୍ଟ୍ରରେ କରୋନା ଆଗକୁ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି। କରୋନା ଯୋଗୁଁ କେବଳ ଚଟାଣ ନୁହେଁ ବାୟୁମଣ୍ଡଳରେ ମଧ୍ୟ ସଂକ୍ରମଣ ହେଉଥିବାରୁ ମାମଲା ଅତି ଗମ୍ଭୀର ବୋଲି ବୈଜ୍ଞାନିକମାନେ କହିଛନ୍ତି। ବିଭିନ୍ନ ଋତୁରେ ଦେଖାଦେଉଥିବା ଫ୍ଲୁଠାରୁ ଏହା ଅଧିକ ସଂକ୍ରାମକ ଏବଂ ଅତି ଦ୍ରୁତ ଗତିରେ ଏହା ବ୍ୟାପୁଥିବ‌ାରୁ ବିପଦ ବଢ଼ିଯାଇଛି। ଜଣେ କରୋନା ସଂକ୍ରମିତ ବ୍ୟକ୍ତି ଭାଇରସ୍‌ ଦ୍ବାରା କେତେ ମାତ୍ରାରେ ସଂକ୍ରମିତ ହୋଇଛନ୍ତି ତାହା ଉପରେ ଅନ୍ୟମାନଙ୍କ ସଂକ୍ରମଣ ନିର୍ଭର କରୁଛି। ଗୁରୁତର ଭାଇରସ୍‌ ସଂକ୍ରମିତ ହୋଇଥିବା ବ୍ୟକ୍ତି ଅନ୍ୟମାନଙ୍କ ପାଇଁ ବଡ଼ ବିପଦର କାରଣ ପାଲଟିଛନ୍ତି ବୋଲି ବୈଜ୍ଞାନିକମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe