ANI
କୋଲକାତା: ନାଗରିକତା (ସଂଶୋଧନ) ଆଇନ୍ (ସିଏଏ)କୁ ବିରୋଧ କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମ୍ସି) ସୁପ୍ରିମୋ ସୁଶ୍ରୀ ମମତା ବାନାର୍ଜୀ ଆରମ୍ଭ କରିଥିବା ପ୍ରତିବାଦ ଏବେ ବି ଜାରି ରଖିଛନ୍ତି।
ନାଗରିକତା (ସଂଶୋଧନ) ଆଇନ୍ (ସିଏଏ) ଆଧାରରେ ଦେଶର ସଂଖ୍ୟାଲଘୁ ସଂପ୍ରଦାୟକୁ ଦେଶରୁ ବିତାଡ଼ିତ କରି ଦିଆଯିବ ବୋଲି ଦେଶବ୍ୟାପି ଏବେ ଆଶା ଓ ଆଶଙ୍କା ସୃଷ୍ଟି ହୋଇଥିବା ବେଳେ ଆଜି (ସୋମବାର) ପୁରୁଲିଆ ଠାରେ ଆୟୋଜିତ ଏକ ସିଏଏ ବିରୋଧୀ ପ୍ରତିବାଦ ସଭାରେ ଉଦ୍ବୋଧନ ଦେଇ ସୁଶ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ଦେଶରୁ କେହି କାହାରିକି ବିତାଡ଼ିତ କରିପାରିବ ନାହିଁ। ସମସ୍ତେ ଖାଲି ଥରେ ମାତ୍ର ନିଜ ନାମ ଭୋଟର ତାଲିକାରେ ଅଛି ନା ନାହିଁ ତାହାକୁ ଯାଞ୍ଚ କରି ନିଶ୍ଚିତ ହୋଇ ଯାଆନ୍ତୁ। ଯଦି ଭୋଟର ତାଲିକାରେ ନାମ ରହିଛି ତେବେ ସବୁ କିଛି ମୋ ଉପରେ ଛାଡ଼ି ଦିଅନ୍ତୁ। ଆପଣଙ୍କୁ କେହି ବି ଦେଶରୁ ବିତାଡ଼ିତ କରିପାରିବ ନାହିଁ ବୋଲି କହିଛନ୍ତି ସୁଶ୍ରୀ ମମତା ବାନାର୍ଜୀ।
News Nationଏଥିସହ ଦେଶରେ ଧର୍ମ ଆଧାରରେ ବିଜେପି ରାଜନୀତି କରୁଥିବା ଅଭିଯୋଗ କରି ବିଜେପିକୁ ଏକଘରିଆ କରିଦେବା ପାଇଁ ଦେଶର ସମସ୍ତ ରାଜନୈତିକ ଦଳଗୁଡ଼ିକୁ ଆହ୍ଵାନ ଦେଇଛନ୍ତି ସୁଶ୍ରୀ ମମତା ବାନାର୍ଜୀ।
Follow Us