ତାମିଲନାଡ଼ୁରେ ଟଳିଲା ବଡ଼ ଟ୍ରେନ୍‌ ଦୁର୍ଘଟଣା: କୋଲ୍ଲମ-ଚେନ୍ନାଇ ଏକ୍ସପ୍ରେସ୍‌ କୋଚ୍‌ରେ ଫାଟ

Advertisment
ତାମିଲନାଡ଼ୁରେ ଟଳିଲା ବଡ଼ ଟ୍ରେନ୍‌ ଦୁର୍ଘଟଣା: କୋଲ୍ଲମ-ଚେନ୍ନାଇ ଏକ୍ସପ୍ରେସ୍‌ କୋଚ୍‌ରେ ଫାଟ

ନୂଆଦିଲ୍ଲୀ: ତାମିଲନାଡ଼ୁରେ ଆଜି ଏକ ବଡ଼ ଧରଣର ରେଳ ଦୁର୍ଘଟଣା ଟଳିଯାଇଛି। ସେଙ୍ଗୋତ୍ତାଇ ରେଳ କର୍ତ୍ତୃପକ୍ଷ ରବିବାର ଦିନ କୋଲ୍ଳମ -ଚେନ୍ନାଇ ଏଗମୋର ଏକ୍ସପ୍ରେସ କୋଚ୍‌ରେ ଏକ ଫାଟ ଚିହ୍ନଟ କରିବାପରେ ଯାତ୍ରୀଙ୍କ ସୁରକ୍ଷା ପାଇଁ ଏହି କୋଚ୍‌ଟିକୁ କାଢ଼ି ଦେଇଥିଲେ। ଫଳରେ ଏକ ବଡ଼ ଧରଣର ଦୁର୍ଘଟଣା ଟଳି ଯାଇଛି ବୋଲି କୁହାଯାଉଛି। ସେଙ୍ଗୋତ୍ତାଇ ନିକଟରେ କୋଲ୍ଲମ-ଚେନ୍ନାଇ ଏଗମୋର ଏକ୍ସପ୍ରେସର ଏସ୍‌୩ ବଗିରେ ଏହି ଫାଟ ଚିହ୍ନଟ କରାଯାଇଥିଲା। ଏହାପରେ ସେଙ୍ଗୋତ୍ତାଇ କର୍ତ୍ତୃପକ୍ଷ ଏହି ବଗିଟିକୁ କାଢ଼ିଦେଇଥିଲେ ଏବଂ ବଗିର ଲୋକମାନଙ୍କୁ ଅନ୍ୟ ଏକ ବଗିକୁ ପଠାଇ ଦେଇଥିଲେ। ଫଳରେ ଘଣ୍ଟା‌ଏ ବିଳମ୍ବରେ ‌ସେଙ୍ଗୋତ୍ତାଇରୁ ଟ୍ରେନ୍‌ ଛାଡ଼ିଥିଲା। ଉକ୍ତ ଘଟଣାରେ ତଦନ୍ତ ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe