ଜଷ୍ଟିସ୍‌ ଅବଦୁଲ୍‌ ନଜିରଙ୍କୁ ମିଳିଲା ଜେଡ୍‌ ସୁରକ୍ଷା

Advertisment
ଜଷ୍ଟିସ୍‌ ଅବଦୁଲ୍‌ ନଜିରଙ୍କୁ ମିଳିଲା ଜେଡ୍‌ ସୁରକ୍ଷା

ନୂଆଦିଲ୍ଲୀ: ଅଯୋଧ୍ୟା ରାୟ ପ୍ରକାଶ କରିଥିବା ସୁପ୍ରିମ୍‌ କୋର୍ଟ ସମ୍ବିଧାନ ପୀଠର ଅନ୍ୟତମ ବିଚାରପତି ଏସ୍‌. ଅବ୍‌ଦୁଲ ନଜିରଙ୍କୁ କେନ୍ଦ୍ର ସରକାର ଜେଡ୍‌ ସୁରକ୍ଷା ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ସୂଚନାଯୋଗ୍ୟ, ନଭେମ୍ବର ୯ ତାରିଖରେ ସୁପ୍ରିମ୍‌ କୋର୍ଟର ସମ୍ବିଧାନ ପୀଠ ଅଯୋଧ୍ୟା ରାୟ ପ୍ରକାଶ କରିଛନ୍ତି। ରାୟ ପ୍ରକାଶ ପାଇବା ପରେ ବିଚାରପତି ନଜିରଙ୍କୁ ‘ପପୁଲାର୍‌ ଫ୍ରଣ୍ଟ୍‌ ଅଫ୍‌ ଇଣ୍ଡିଆ’ ନାମକ ଏକ ସଂଗଠନ ପକ୍ଷରୁ ଧମକ ମିଳିବା ପରେ ତାଙ୍କର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତାଙ୍କୁ ଜେଡ୍‌ ସୁରକ୍ଷା ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସିଆର୍‌ପିଏଫ୍‌ ଏବଂ ସ୍ଥାନୀୟ ପୁଲିସକୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ବିଚାରପତି ନଜିରଙ୍କ ସୁରକ୍ଷା ପାଇଁ ମୋଟ ୨୨ ଜଣ ସୁରକ୍ଷା କର୍ମଚାରୀ ନିୟୋଜିତ ରହିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe