ଅବସର ଗ୍ରହଣ କଲେ ଜଷ୍ଟିସ ଏଏମ୍‌ ଖାନୱିଲକର, ପୂର୍ବ ଭଳି ମହାନଦୀ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ରହିବେ

Advertisment
ଅବସର ଗ୍ରହଣ କଲେ ଜଷ୍ଟିସ ଏଏମ୍‌ ଖାନୱିଲକର, ପୂର୍ବ ଭଳି ମହାନଦୀ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ରହିବେ

India Today

ନୁଆଦିଲ୍ଲୀ : ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ଅଜୟ ମାଣିକରାଓ ଖାନୱିଲକର ଶୁକ୍ରବାର ଦିନ ଅବସର ଗ୍ରହଣ କରିଛନ୍ତି। ସୁପ୍ରିମକୋର୍ଟ ବିଚାରପତି ଭାବେ ସେ ମେ ୨୦୧୬ରେ ଦାୟିତ୍ବ ଗ୍ରହଣ କରିଥିଲେ। ସେ ବିବାଦୀୟ କୋଟିଆ ଗ୍ରାମପୁଞ୍ଜ ମାମଲାର ଶୁଣାଣି କରିଥିଲେ। ସେ ଏହି ମାମଲାରେ ଓଡ଼ିଶା ଦ୍ବାରା ଦାଖଲ କରାଯାଇଥିବା ଅରିଜିନାଲ ସୁଟ୍‌ର ଶୁଣାଣି ପାଇଁ ରାଜି ହୋଇଥିଲେ। ତାଙ୍କ ଅବସର ପରେ ଶୁଣାଣି ପାଇଁ ଏହି ମାମଲା ନୂଆ ବେଞ୍ଚକୁ ଯିବା ସମ୍ଭାବନା ରହିଛି।

ଅବସର ପରେ ବି ସେ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଭାବେ କାର୍ଯ୍ୟ ଜାରି ରଖିବେ। ମାର୍ଚ ୧୨, ୨୦୧୮ରେ ତାଙ୍କୁ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ରୂପେ ନିଯୁକ୍ତି ମିଳିଥିଲା। ଜଷ୍ଟିସ୍‌ ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଟ୍ରିବ୍ୟୁନାଲରେ ମୋଟ ୨୯ଟି ଶୁଣାଣି ହୋଇସାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe