ଆସନ୍ତା କାଲି ଶେଷ ହେବ ବିଚାରପତି ଅରୁଣ ମିଶ୍ରଙ୍କ କାର୍ଯ୍ୟକାଳ, ଶ୍ରୀମନ୍ଦିର ସଂସ୍କାର ମାମଲାରେ ଜାରି କରିଥିଲେ ୨୨ଟି ନିର୍ଦ୍ଦେଶ

ଆସନ୍ତା କାଲି ଶେଷ ହେବ ବିଚାରପତି ଅରୁଣ ମିଶ୍ରଙ୍କ କାର୍ଯ୍ୟକାଳ, ଶ୍ରୀମନ୍ଦିର ସଂସ୍କାର ମାମଲାରେ ଜାରି କରିଥିଲେ ୨୨ଟି ନିର୍ଦ୍ଦେଶ

Rediff.com

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ବିଚାରପତି ରୂପେ ଅରୁଣ ମିଶ୍ରଙ୍କର କାର୍ଯ୍ୟକାଳ ଆସନ୍ତାକାଲି ଶେଷ ହେବ। ଜୁଲାଇ ୭, ୨୦୧୪ରୁ ଶ୍ରୀ ମିଶ୍ର ସୁପ୍ରିମକୋର୍ଟର ବିଚାରପତି ରୂପେ କାର୍ଯ୍ୟ କରିଆସୁଛନ୍ତି। କାର୍ଯ୍ୟକାଳ ସମୟରେ ବିଭିନ୍ନ ମାମଲାରେ ଗୁରୁତ୍ବପୂର୍ଣ୍ଣ ମାମଲାର ରାୟ ପ୍ରଦାନ କରିସାରିଛନ୍ତି।

ବିଚାରପତି ଶ୍ରୀ ମିଶ୍ର ଶ୍ରୀମନ୍ଦିର ସଂସ୍କାର ମାମଲାରେ ୨୨ଟି ନିର୍ଦ୍ଦେଶ ପ୍ରଦାନ କରିଥିଲେ। ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଶୃଙ୍ଖଳିତ ଦର୍ଶନ ଓ ଉତ୍ତମ ବ୍ୟବସ୍ଥା, ଶ୍ରୀମନ୍ଦିର ପରିଚାଳନା ପାଇଁ ଜଣେ ପୂର୍ଣ୍ଣକାଳୀନ ପ୍ରଶାସକ, ମହାପ୍ରଭୁଙ୍କ ସେବା ପୂଜାକୁ ନିଶ୍ଚିତ କରିବା ଭଳି ନିର୍ଦ୍ଦେଶନାମା ଏଥିରେ ଅନ୍ତର୍ଭୁକ୍ତ ଥିଲା। ତେବେ, ଶ୍ରୀମନ୍ଦିର ସଂସ୍କାର ସମ୍ପର୍କିତ ମୂଳ ଆବେଦନର ଶୁଣାଣି ଏବେବି ବିଚାରଧିନ ରହିଛି। ବ୍ଲକ୍ ଗ୍ରାଣ୍ଟ ଶିକ୍ଷକଙ୍କ ବେତନ ମାମଲାରେ ମଧ୍ୟ ବିଚାରପତି ଅରୁଣ ମିଶ୍ର ଏକାଧିକ ଆବେଦନ ଗୁଡ଼ିକର ଶୁଣାଣି କରିଥିଲେ । ରାଜ୍ୟ ସରକାରଙ୍କ ଗ୍ରାଣ୍ଟ-ଇନ୍-ଆଡ୍ ପଲିସି ୨୦୧୭କୁ ମଧ୍ୟ ସଜ୍ଞାନରେ ନେଇଥିଲେ। ରାଜ୍ୟ ସରକାରଙ୍କ ଗ୍ରାଣ୍ଟ-ଇନ୍-ଆଡ୍ ପଲିସିରେ ଯେଉଁମାନେ ସନ୍ତୁଷ୍ଟ ନାହାନ୍ତି ସେମାନଙ୍କୁ ଉପଯୁକ୍ତ ଫୋରମ୍‌ରେ ଦ୍ବାରସ୍ଥ ହେବା ପାଇଁ ପରାମର୍ଶ ଦେଇଥିଲେ। ସେହିଭଳି ବାରିପଦା ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କ ବନାମ ବିମଳ ଲୋଚନ ଦାସ ସମେତ ଦେଶର ବିଭିନ୍ନ ସମବାୟ ବ୍ୟାଙ୍କ ଓ ଋଣ ଖିଲାପିକାରୀଙ୍କ ଦ୍ବାରା ଦାଖଲ ୫୦ରୁ ଉର୍ଦ୍ଧ ମାମଲାର ବିଚାର କରି ବିଚାରପତି ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚଜଣିଆ ସାମ୍ବିଧାନିକ ଖଣ୍ଡପୀଠ ସମବାୟ ବ୍ୟାଙ୍କ ସପକ୍ଷରେ ରାୟ ପ୍ରଦାନ କରିଥିଲେ। ସମବାୟ ବ୍ୟାଙ୍କ ଋଣଖିଲାପିଙ୍କ ସମ୍ପତ୍ତି ବ୍ୟାଜାପ୍ତି କରିପାରିବେ ବୋଲି ବିଚାରପତି ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ସାମ୍ବିଧାନିକ ବେଞ୍ଚ୍ ରାୟରେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe