ଜଷ୍ଟିସ ଅଶୋକ ଭୂଷଣ ଏନ୍‌ସିଏଲଏଟିର ଅଧ୍ୟକ୍ଷ ନିଯୁକ୍ତ

ଜଷ୍ଟିସ ଅଶୋକ ଭୂଷଣ ଏନ୍‌ସିଏଲଏଟିର ଅଧ୍ୟକ୍ଷ ନିଯୁକ୍ତ

ନୂଆଦିଲ୍ଲୀ : ସୁପ୍ରିମ କୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଅଶୋକ ଭୂଷଣଙ୍କୁ କେନ୍ଦ୍ର ସରକାର ନ୍ୟାସନାଲ କମ୍ପାନି ଲ ଆପିଲେଟ ଟ୍ରିବ୍ୟୁନାଲ (ଏନସିଏଲଏଟି)ର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ତାଙ୍କୁ ୪ ବର୍ଷ ପାଇଁ ଏହି ପଦରେ ଅବସ୍ଥାପିତ କରାଯାଇଛି। ଚଳିତବର୍ଷ ଜୁଲାଇରେ ସେ ସୁପ୍ରିମ କୋର୍ଟରୁ ଅବସର ଗ୍ରହଣ କରିଥିଲେ। ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ୍ କମିଟି ତାଙ୍କ ନିଯୁକ୍ତିକୁ ମଞ୍ଜୁରି ଦେଇଛି। ଦାୟିତ୍ବ ଗ୍ରହଣ କରିବା ଦିନଠାରୁ ୪ ବର୍ଷ, କିମ୍ବା ତାଙ୍କୁ ୭୦ ବର୍ଷ ହେବା କିମ୍ବା ଅନ୍ୟାଦେଶ ପର୍ଯ୍ୟନ୍ତ, ଯେଉଁଟି ଆଗ, ସେ ଏହି ପଦରେ ରହିବେ। ଏନସିଏଲଏଟିର ଅଧ୍ୟକ୍ଷ ପଦରୁ ବିଚାରପତି ଏସ ଜେ ମୁଖୋପାଧ୍ୟାୟ ୨୦୨୦ ମାର୍ଚ୍ଚରେ ଅବସର ଗ୍ରହଣ କରିଥିଲେ। ତାହା ପରଠାରୁ ଏହି ପଦରେ କାର୍ଯ୍ୟକାରୀ ଅଧ୍ୟକ୍ଷ ରହିଆସିଛନ୍ତି। ଟ୍ରିବ୍ୟୁନାଲଗୁଡ଼ିକରେ ଅଧ୍ୟକ୍ଷ ପଦ ଖାଲି ପଡ଼ିଥିବାରୁ ନିକଟରେ ସୁପ୍ରିମ କୋର୍ଟ ବିରକ୍ତି ପ୍ରକାଶ କରିଥିଲେ। ଏହାପରେ ସରକାର ନିଯୁକ୍ତି ପାଇଁ ତତ୍ପରତା ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe