ଆହ୍ଲାବାଦ ହାଇକୋର୍ଟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‌ ବର୍ମା‌: କୌଣସି ନ୍ୟାୟିକ କାର୍ଯ୍ୟ କରିପାରିବେ ନାହିଁ

Advertisment

ଜଷ୍ଟିସ ଯଶବନ୍ତ ବର୍ମା ଆଜି ଆହ୍ଲାବାଦ ହାଇକୋର୍ଟ ବିଚାରପତି ଭାବେ ଶପଥ ନେଇଛନ୍ତି।  ଗତ ମାସରେ ଜଷ୍ଟିସ ବର୍ମାଙ୍କ ବାସଭବନରୁ ବିଡ଼ା ବିଡ଼ା ନଗଦ ଟଙ୍କା ବାହାରିବା  ନେଇ   ବିବାଦ ହୋଇଥିବା ବେଳେ....

ଜଷ୍ଟିସ ଯଶବନ୍ତ ବର୍ମା ଆଜି ଆହ୍ଲାବାଦ ହାଇକୋର୍ଟ ବିଚାରପତି ଭାବେ ଶପଥ ନେଇଛନ୍ତି।  ଗତ ମାସରେ ଜଷ୍ଟିସ ବର୍ମାଙ୍କ ବାସଭବନରୁ ବିଡ଼ା ବିଡ଼ା ନଗଦ ଟଙ୍କା ବାହାରିବା  ନେଇ   ବିବାଦ ହୋଇଥିବା ବେଳେ....

ddfcvcv

ନୂଆଦିଲ୍ଲୀ: ଜଷ୍ଟିସ ଯଶବନ୍ତ ବର୍ମା ଆଜି ଆହ୍ଲାବାଦ ହାଇକୋର୍ଟ ବିଚାରପତି ଭାବେ ଶପଥ ନେଇଛନ୍ତି।  ଗତ ମାସରେ ଜଷ୍ଟିସ ବର୍ମାଙ୍କ ବାସଭବନରୁ ବିଡ଼ା ବିଡ଼ା ନଗଦ ଟଙ୍କା ବାହାରିବା ନେଇ ବିବାଦ ହୋଇଥିବା ବେଳେ  ଜଷ୍ଟିସ ବର୍ମା ଆଜି ଆହ୍ଲାବାଦ ହାଇକୋର୍ଟ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ତେବେ ଶପଥ ନେବା ସତ୍ତ୍ବେ କୋର୍ଟ ସୂତ୍ରରୁ ଏହା ସ୍ପଷ୍ଟ କରାଯାଇଛି ଯେ ବର୍ତ୍ତମାନ ପାଇଁ ଜଷ୍ଟିସ ବର୍ମାଙ୍କୁ କୌଣସି ନ୍ୟାୟିକ କାର୍ଯ୍ୟ କରିବାପାଇଁ ଦିଆଯିବନାହିଁ।  ପ୍ରଧାନ ବିଚାରପତି ଜଷ୍ଟିସ ସଂଜୀବ ଖାନ୍ନାଙ୍କ ଦ୍ବାରା ଜଷ୍ଟିସ ବର୍ମାଙ୍କ ବା‌ସଭବନରୁ ନଗଦ ଟଙ୍କା ମିଳିବା ଘଟଣାର ଇନ୍‌ ହାଉସ୍‌ ତଦନ୍ତ ନିର୍ଦ୍ଦେଶ ଦେବାପରେ ଜଷ୍ଟିସ ବର୍ମାଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଆହ୍ଲାବାଦ ହାଇକୋର୍ଟକୁ ବଦଳି କରାଯାଇଥିଲା।  

ଅନ୍ୟପକ୍ଷେ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ଖଣ୍ଡପୀଠ ନିକଟରେ ବୁଧବାର ଜଷ୍ଟିସ ବର୍ମାଙ୍କ ଶପଥ ଗ୍ରହଣକୁ ବିରୋଧ କରି ଏକ ଜନସ୍ବାର୍ଥ ଆବେଦନ କରାଯାଇଥିଲା।  ଶପଥ ଗ୍ରହଣ ଉତ୍ସବ ବନ୍ଦ କରିବାପାଇଁ ଏହି ଆବେଦନରେ ଦର୍ଶାଯାଇଥିଲାା। ଆଇନଜୀବୀ ବିକାଶ ଚତୁର୍ବେଦୀ ଏହି ପିଆଇଏଲ୍‌ ଦାଖଲ କରି ଅନୁରୋଧ କରିଥିଲେ ଯେ ଜଷ୍ଟିସ ବର୍ମାଙ୍କ ବିରୋଧରେ ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ତାଙ୍କ ଶପଥ ଗ୍ରହଣକୁ ବନ୍ଦ  ରଖାଯାଉ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe